ଜ୍ଞାନବ୍ୟାପୀ ମାମଲାରେ ନୂଆ ଟ୍ୱିଷ୍ଟ: ଶେଷ ମୁହୂର୍ତ୍ତରେ ନୂଆ ଖଣ୍ଡପୀଠଙ୍କୁ ହସ୍ତାନ୍ତର ହେଲା ମାମଲା, ମୁସ୍‌ଲିମ ପକ୍ଷର ବିରୋଧ

Published By : Prameya-News7 Bureau | August 28, 2023 IST

ଅଲ୍ଲାହବାଦ: ଜ୍ଞାନବ୍ୟାପୀ ମାମଲାରେ ନୂଆ ଟ୍ୱିଷ୍ଟ। ଶେଷ ମୁହୂର୍ତ୍ତରେ ଶୁଣାଣି କରିବା ପାଇଁ  ନୂଆ ଖଣ୍ଡପୀଠକୁ ଗଲା ମାମଲା। ସୋମବାର ଶୃଙ୍ଗାର ଗୌରୀ ମାମଲାର ଶୁଣାଣି ହେବାକୁ ଥିବା ବେଳେ ମାମଲା ଅଲ୍ଲାହବାଦର ହାଇକୋର୍ଟଙ୍କ ନୂଆ ଖଣ୍ଡପୀଠଙ୍କ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ମାମଲାର ଶୁଣାଣି ଶେଷ ହେବାପରେ ମାମଲା ନୂଆ ବେଞ୍ଚ୍‌କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସୂଚନା ମିଳିଛି।

ତେବେ ମାମଲା ନୂଆ ଖଣ୍ଡପୀଠକୁ କାହିଁକି ଗଲା ସେନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ମୁସ୍‌ଲିମ୍ ପକ୍ଷ ଏହାକୁ ବିରୋଧ କରିଛି। ଏହା ଆଇନ ପ୍ରକ୍ରିୟାରେ ବିରୋଧରେ ଯାଉଛି ବୋଲି ମୁସ୍‌ଲିମ ପକ୍ଷ କହିଛି। ମୁସଲିମ ପକ୍ଷରୁ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ମୂଳତଃ ବିଚାରପତିଙ୍କ ନିଷ୍ପତ୍ତି ଶୁଣାଣି ପାଇଁ ମାମଲା ସୂଚୀବଦ୍ଧ ହେବାର ଥିଲା। କିନ୍ତୁ  ପୂର୍ବରୁ ଶୁଣାଣି କରୁଥିବା ଜଣିକିଆ ଖଣ୍ଡପୀଠରୁ ମାମଲା ନୂଆ ଖଣ୍ଡପୀଠକୁ ଯିବାର କୌଣସି ନିର୍ଦ୍ଦେଶ ନଥିଲା ବୋଲି ମୁସ୍‌ଲିମ ପକ୍ଷ ଦାବି କରିଛି। ଏଥିସହିତ ଶେଷ ସମୟରେ ମାମଲା ହସ୍ତାନ୍ତର କରିବା ମୁଖ୍ୟ ବିଚାରପତିଙ୍କ ଅଧିକାର ବାହାରେ ରହିଛି ବୋଲି ମୁସ୍‌ଲିମ ପକ୍ଷର ଓକିଲ କହିଛନ୍ତି।

ପଢ଼ନ୍ତୁ-ଡିସେମ୍ୱରରେ ଲୋକସଭା ନିର୍ବାଚନ, ପ୍ରଚାର ପାଇଁ ସବୁ ହେଲିକପ୍ଟର ବୁକ୍ କରିସାରିଛି ବିଜେପି: ମମତା ବାନାର୍ଜୀ

{"width":837,"height":471}

ଓକିଲଙ୍କର ଏଭଳି ପ୍ରଶ୍ନର ଉତ୍ତର ଦେଇ ଅଲ୍ଲାହବାଦ ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି ଯେ ନିୟମ ଅନୁସାରେ, ମାମଲାରେ କିଛିଦିନ ବିତିଗଲେ ପରେ ମାମଲା ସ୍ୱୟଂତାଳିତ ଭାବେ ହସ୍ତାନ୍ତର କରାଯାଇପାରେ।

ସୂଚନା ଥାଉକି ଅଗଷ୍ଟ ୪ ତାରିଖରେ ଆଲ୍ଲାହବାଦ ହାଇକୋର୍ଟ ନିର୍ଦ୍ଦେଶରେ କାଶି ବିଶ୍ୱନାଥ ମନ୍ଦିରକୁ ଲାଗି ରହିଥିବା ଜ୍ଞାନବ୍ୟପି ମସ୍‌ଜିଦର ପରିସରରେ ବେଜ୍ଞାନିକ ଗେବଷଣା କରାଯାଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ମସ୍‌ଜିଦ୍‌ ଟି ପୂର୍ବର ହିନ୍ଦୀ ମନ୍ଦିର ଉପରେ ତିଆରି ହୋଇଛି କି ନା ତାହା ଜାଣିବାକୁ ଏଏସ୍‌ଆଇକୁ ସର୍ଭେ କରିଛି।  

କହି ରଖୁଛୁ ଯେ ଅଗଷ୍ଟ ୩ ତାରିଖରେ ଅହ୍ଲାହାବଦା ହାଇକୋର୍ଟ ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ୍‌ କମିଟିର ଆବଦେନକୁ ଖାରଜ କରିଥିଲେ। ଆବେଦନରେ ନିମ୍ନ ଅଦାଲତର ଦେଇଥିବା ଏସ୍‌ଆଇ ସର୍ଭେକୁ ବିରୋଧ କରାଯାଇଥିଲା। ହେଲେ କୋର୍ଟ ଏହି ଆବେଦନ ଖାରଜ କରିଦେଇଥିଲେ।

ପଢ଼ନ୍ତୁ-ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ୪୫ଟି ସ୍ଥାନରେ କାର୍ଯ୍ୟକ୍ରମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.