ସରକାର ଜାରି କଲେ ନୂଆ ନିୟମ: ଘରେ ବସି କରିପାରିବେ କରୋନା ଟେଷ୍ଟ, କେତେ ଟଙ୍କାରେ, କେଉଁ ହସ୍ପିଟାଲ କରିପାରିବ ?

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ୨୨/୩: ଘରେ ବସି କରି ପାରିବେ କରୋନା ଟେଷ୍ଟ। କରୋନା ଭାଇରସ୍‌ ପରୀକ୍ଷା ପାଇଁ କେନ୍ଦ୍ର ସରକାର ପ୍ରାଇଭେଟ୍‌ ଲ୍ୟାବରେ ସୁବିଧା କରିଛନ୍ତି। ଏହି ପରୀକ୍ଷା ପାଇଁ ମଧ୍ୟ ଫି' ମଧ୍ୟ ସ୍ଥିର କରିଛନ୍ତି। ବର୍ତ୍ତମାନ ୪୫୦୦ ଟଙ୍କାରେ କରୋନା ସନ୍ଦିଗ୍ଧ ବ୍ୟକ୍ତିି ଘରେ ବସି ପରୀକ୍ଷା କରି ପାରିବେ। ତେବେ କରୋନା ଟେଷ୍ଟ ବାବଦକୁ ୩ ହଜାର ଟଙ୍କା ଏବଂ ସ୍କ୍ରିନିଂ ବାବଦକୁ ଦେଢ଼ ହଜାର ଟଙ୍କା ନିର୍ଦ୍ଧାରଣ ହୋଇଛି। ବିନା କାରଣରେ ଭୟଭୀତ ହୋଇ ପରୀକ୍ଷା ନ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, କରୋନା ଭାଇରସ୍‌ ଭୟରେ ଆତଙ୍କିତ ହୋଇ ପରୀକ୍ଷା କରିବା ଠିକ୍‌ ନୁହେଁ। ବିଦେଶରୁ ଫେରିଥିବା ବ୍ୟକ୍ତି ଏବଂ କରୋନା ସଂକ୍ରମିତଙ୍କ ସ୍ପର୍ଶରେ ଆସିଥିବା ବ୍ୟକ୍ତି ଏହି ସୁବିଧାର ଫାଇଦା ଉଠାଇ ପାରିବେ। ଯେଉଁ ହସ୍ପିଟାଲ ପାଖରେ ଏନ୍‌ବିଏଚ୍‌ ସାର୍ଟିଫିକେଟ ଅଛି, ସେହି ହସ୍ପିଟାଲ ହିଁ କେବଳ କରୋନା କୋଭିଡ-୧୯ ଟେଷ୍ଟ କରି ପାରିବେ ବୋଲି ସରକାର ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ଘରେ ବସି କରୋନା ସନ୍ଦିଗ୍ଧମାନେ ଟେଷ୍ଟ କରି ପାରିବେ। ଯାହାଫଳରେ କରୋନା ସନ୍ଦିଗ୍ଧଙ୍କଠାରୁ ଅନ୍ୟମାନେ ଦୂରେଇ ରହିବେ। ଘରେ ବସି କରୋନା ଟେଷ୍ଟ କରିବାରେ ଥିଲେ, ଲ୍ୟାବ କର୍ମଚାରୀଙ୍କ ସହ ଯୋଗାଯୋଗ କରନ୍ତୁ।

ଯଦି କରୋନା ସନ୍ଦିଗ୍ଧଙ୍କ  ରିପୋର୍ଟ ପଜିଟିଭ୍ ଆସେ, ତେବେ ପୂର୍ନବାର ପୁନେସ୍ଥିତ ଆଇସିଏମ୍‌ଆର ଲ୍ୟାବକୁ ସାମ୍ପଲ ପଠାଯିବ। କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଅଛି କି ପଜିଟିଭ ଅଛି ତାହା ଏକ ସପ୍ତାହ ମଧ୍ୟମରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.