Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

‘ମିଶନ ଶକ୍ତିକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସରକାର, ସରକାରୀ ପଇସାରେ ରାଜନୀତି କରୁଛନ୍ତି’

14/03/2023 at 4:03 PM

ଭୁବନେଶ୍ଵର: ଲକ୍ଷ୍ୟଠୁ ଦୁରେଇ ଯାଉଛି ମିଶନ ଶକ୍ତି କାର୍ଯ୍ୟକ୍ରମ । ମହିଳା ସଶକ୍ତିକରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ ଚାଲିଛି। ମିଶନ ଶକ୍ତିରେ ଅନିୟମିତତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଏପରି କହି ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଯଦି ମନ୍ତ୍ରୀ କହୁଛନ୍ତି ମୁଲତବୀ ପ୍ରସ୍ତାବ ତଥ୍ୟ ଉପରେ ଆଧାରିତ ନୁହେଁ ତେବେ ତଥ୍ୟ କାହାକୁ କୁହାଯାଏ ସରକାର ଓ ବିଭାଗ ଜାଣିଛନ୍ତି କି ?

ନରସିଂହ ମିଶ୍ର କହିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଯେଉଁ ଋଣ ଦିଆଯାଉଛି ତାହା ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରା ଯାଇ ପାରୁନି । ସେଥିପାଇଁ ସେମାନେ ଋଣ ପରିଶୋଧ କରି ପାରୁନାହାନ୍ତି । ଏହି କଥା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ଏହା ସହିତ ବଜାର ବ୍ୟବସ୍ଥା ଏବଂ ଟ୍ରେନିଂ ଦିଆ ଦିଆଯାଉ ନଥିବା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିସ କରୁଛି । ଯଦି ମନ୍ତ୍ରୀ ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତେବେ ଷ୍ଟାଣ୍ଡିଂ କମିଟି କଣ ପାଇଁ ରହିବ । ଏହାକୁ ନେଇ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା  କରିଛନ୍ତି ନରସିଂହ ।

ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଓଡ଼ିଶାରେ ନାହାନ୍ତି । ସବୁଆଡେ ଅଛନ୍ତି । ଏହା ଓଡିଶା ସରକାରଙ୍କ ମାନସ ସନ୍ତାନ ନୁହେଁ ।  ଯୋଜନାକୁ ରାଜନୈତିକ ଉଦ୍ଦେଶରେ ବ୍ୟବହାର କରାନଯାଉ । ସରକାରଙ୍କ ପଇସାରେ ସରକାରୀ ଦଳ ଦଳ ରାଜନୀତି କରୁଛି । ରାଜକୋଷରୁ ଏପରି ଲୁଣ୍ଠନ କରା ନ ଯାଉ । ପ୍ରକୃତରେ ଅର୍ଥ ହରିଲୁଟ ହେଉଛି କି ନାହିଁ, ଗୃହ କୁ ମନ୍ତ୍ରୀ ବିଭ୍ରାନ୍ତି କରୁଛନ୍ତି କି ନାହିଁ ତାହାର ତଦନ୍ତ ହେଉ । ଯଦି ଷ୍ଟାଣ୍ଡିଂ କମିଟିକୁ  ବିଶ୍ଵାସ ନାହିଁ ତେବେ ହାଉସ କମିଟି ଗଠନ କରି ଏହାର ତଦନ୍ତ କରଯାଉ । ସ୍ପଷ୍ଟ ଭିଜିଟ କରି ତଦନ୍ତ କରାଯାଉ । କେଉଁଟା ସତ କେଉଁଟା ମିଛ ଆପେ ଆପେ ଜଣା ପଡିଯିବ । ସରକାରୀ ପଇସାରେ ମହିଳାଙ୍କ ବିନାଶ ନ କରାଯାଉ କି ରାଜନୀତି ନ କରାଯାଉ ବୋଲି କହିଛନ୍ତି ନରସିଂହ ।

ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ

ମିଶନ ଶକ୍ତିରେ ଅନିୟମିତତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମହୋନ ମାଝୀ କହିଛନ୍ତି ମାଛ ତେଲରେ ମାଛ ଭାଜୁଛନ୍ତି ସରକାର। ମିଶନ ଶକ୍ତି ବିଜେଡ଼ିର ପ୍ରଧାନ ଅସ୍ତ୍ର। ଯେଉଁ ଅର୍ଥ ଋଣ ଆକାରରେ ନେଉଛନ୍ତି ଗାଇଡ ଲାଇନ ଆଧାରରେ ଖର୍ଚ୍ଚ ନ କରି ସାହୁକାର ସାଜି ମହାଜନୀ କାରବାର କରୁଛନ୍ତି। ଚାଷୀଙ୍କୁ ଋଣ ଦେଉଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀ। ମହିଳାଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ଅନେକ ଯୋଜନା। ପୋଷଣ ୨.୦ରେ ୧୨ ହଜାର ୯୨୦ କୋଟି ଟଙ୍କା ଦେଇଛନ୍ତି। ବେଟି ବଚାଓ ବେଟି ପଢ଼ାଓରେ ୩ ଶହରୁ ଉର୍ଦ୍ଧ୍ବ, ସକ୍ଷମ ଅଙ୍ଗନୱାଡିରେ ୭୫୬ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର। NRLM, ଦିନ ଦୟାଲ ଯୋଜନାରେ ବି ଅନେକ ପଦକ୍ଷେପ ନେଇଛନ୍ତି ସରକାର।

ବାସନ୍ତୀ ହେମ୍ବ୍ରମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଏ ପ୍ରସଙ୍ଗରେ ଗୃହରେ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ୨୦୦୧ରେ ମିଶନ ଶକ୍ତି ଆରମ୍ଭ ହୋଇଛି। ମହିଳା ସଶକ୍ତିକରଣ ସରକାରଙ୍କ ଲକ୍ଷ୍ୟ। ସରକାରଙ୍କ ବିଭିନ୍ନ ବିଭାଗରେ ୧ ଲକ୍ଷ ଏସଏଚଜି କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ୯ ହଜାର ୫୦୦ କୋଟି ଟଙ୍କା ଋଣ ଦିଆଯାଇଛି। ୩ ଲକ୍ଷ SHG କୁ ୧୬୫ କୋଟି ଟଙ୍କା ଋଣ ଫେରସ୍ତ କରାଯାଇଛି। ପଞ୍ଚାୟତ, ବ୍ଲକ ସ୍ତରରେ ମିଶନ ଶକ୍ତି ଗୃହ, ମହାସଂଘ କାର୍ଯ୍ୟାଳୟ,ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ମିଶନ ଶକ୍ତି ବଜାର ସହ ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ।

   Related Posts