ସରକାର ଦେଉଛନ୍ତି ମାଗଣା ଇଲେକ୍ଟ୍ରି ମିଟର, ନୂଆଁ ଲଗାଇବା ବଦଳରେ ଉପଭୋକ୍ତାଙ୍କଠୁ ଟଙ୍କା ଆଦାୟ କରୁଛନ୍ତି ଟେଣ୍ଡର ନେଇଥିବା ସଂସ୍ଥାର କର୍ମଚାରୀ

Published By : Prameya-News7 Bureau | January 11, 2021 IST

ସାନଖେମୁଣ୍ଡି ୧୧।୦୧: ବିଦ୍ୟୁତ୍ ଉପଭୋକ୍ତା ସାବଧାନ। ସାଉଥକୋର ସର୍ଭେ ରିପୋର୍ଟ ଅନୁଯାୟୀ ବିଦ୍ୟୁତ୍ ମିଟର ଟେମ୍ପେରିଙ୍ଗ କିମ୍ବା କୌଣସି ମିଟର ରିଡିଙ୍ଗରେ ତ୍ରୁଟି ଦେଖା ଗଲେ ବିଦ୍ୟୁତ୍ ୟୁନିଟ ଚୋରି ରୋକିବା ପାଇଁ ସେହି ପୁରୁଣା ମିଟର ବଦଳରେ ନୂଆଁ ମିଟର ଲଗା ଯିବା ପାଇଁ ବିଦ୍ୟୁତ୍ ବିଭାଗ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସରକାରଙ୍କ ପକ୍ଷରୁ ମାଗଣା ବିଦ୍ୟୁତ୍ ମିଟର ଯୋଗାଇ ଦିଆଯାଉଛି।  ଘର ଘର  ବୁଲି ବିଦ୍ୟୁତ୍ ଉପଭୋକ୍ତାଙ୍କ ମିଟର ବଦଳାଇ ନୂଆଁ ମିଟର ଲଗାଇବା ପାଇଁ  ଏକ ଘରୋଇ କମ୍ପାନୀକୁ ଟେଣ୍ଡର ଦିଆଯାଇଛି।  ହେଲେ ଏହି ଘରୋଇ କମ୍ପାନୀ ମାଗଣାରେ ନୂଆଁ ମିଟର ଲଗାଇବା ବଦଳରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଡରାଇ ଧମକାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି। ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନ ଅଞ୍ଚଳରୁ।

{"id":390795,"sizeSlug":"large","linkDestination":"none"}

ବିଗତ ପାଞ୍ଚ ବର୍ଷ ଧରି OERC ନିଜର ସ୍ୱୟଂ ଚାଳିତ ସଂସ୍ଥା  ଗ୍ରୀଡକୋକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଥିବା ବେଳେ ଗ୍ରୀଡ଼କୋ  ଚାରୋଟି ସଂସ୍ଥାକୁ ବିଦ୍ୟୁତ୍ ବିତରଣ ପାଇଁ ଚୁକ୍ତି କରି ରାଜସ୍ୱ ଆଦାୟ କରିବାରେ ସକ୍ଷମ ହୋଇଥିଲା।   ବର୍ତ୍ତମାନ ସମୟରେ ଟାଟା କମ୍ପାନୀକୁ ବିଦ୍ୟୁତ୍ ବିତରଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ସିଙ୍ଗଲ ବିଡ଼ର ଭାବେ ମନନୋୟନ ହୋଇଛି। ଯାହାକୁ ଦୃଷ୍ଟି ରଖି ସରକାର ବିଦ୍ୟୁତ୍ ୟୁନିଟ ଚୋରି ଏବଂ ବିଦ୍ୟୁତ୍ ଶୁଳ୍କ ଆଦାୟ ବୃଦ୍ଧି ପାଇଁ ପୁରୁଣା ମିଟର କିମ୍ବା ଯେଉଁ ସବୁ ମିଟର ଗୁଡିକୁ ବିଦ୍ୟୁତ୍ ଉପଭୋକ୍ତା ବେଆଇନ ଭାବେ ମିଟର ଲଗାଇଛନ୍ତି ସେ ସବୁକୁ ସର୍ଭେ କରି ଡିଜିଟାଲକରଣ କରି ସ୍ମାର୍ଟ ମିଟର ଲଗାଇ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇ ପାଇଁ ଲକ୍ଷ ରଖାଯାଇଛି  

{"id":390796,"sizeSlug":"large","linkDestination":"none"}

ଏବେ ଏକ ଏଲ ପ୍ରୋ ନାମକ ଘରୋଇ ସଂସ୍ଥା  ନୂତନ ସାଧାରଣ ମିଟର ଲଗାଇବା ପାଇଁ ବିଦ୍ୟୁତ୍ ବିଭାଗ ସହ ଚୁକ୍ତି କରିଥିବା ବେଳେ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନ ଅଞ୍ଚଳରେ ମଧ୍ୟ ଘର ଘର ବୁଲି ପୁରୁଣା ମିଟର ବାହାର କରି ନୂଆଁ ମିଟର ଲଗାଇବାର ଦେଖିବାକୁ ମିଳିଛି। ତେବେ ଏହି ମିଟରଟି ସରକାରଙ୍କ ସମ୍ପୂର୍ଣ୍ଣ ମାଗଣା ରେ ପ୍ରଦାନ କରାଯାଉଥିବା ବେଳେ ସଂସ୍ଥା କିଛି କର୍ମଚାରୀ ଲୋକଙ୍କୁ ଭୟ ଭିତ କରି ଡରାଇ ଧମକାଇ ଜୋର ଜବରଦସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିବାର ସାମ୍ନା କୁ ଆସିଛି। ଯାହାକୁ ନେଇ କିଛି ଉପଭୋକ୍ତା  ପାଟପୁର ମେନ ରୋଡ଼ ସାହି ଲୋକ ଭୟ ଭିତ ହୋଇ ପଡିବା ପରେ ସାଉକୋର କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ସାହୁ ଏବଂ ଲାଇନ ମେନ ରାକେଶ ସ୍ୱାଇଁଙ୍କୁ ଅଭିଯୋଗ କରିଛନ୍ତି ତମ୍ବୁଳ ବେହେରା, ସଞ୍ଜୁ ଡାକୁଆ, ଦିଲ୍ଲୀ ସାହୁ,ହରି ରଥ,ଶୋଭା ସ୍ୱାଇଁ ପାଟପୁର ବିଦ୍ୟୁତ୍ ଉପଭୋକ୍ତା।।

{"id":390797,"sizeSlug":"large","linkDestination":"none"}

ପ୍ରଶ୍ନ ଉଠୁଛି କାହିଁକି ଘରୋଇ ସଂସ୍ଥା କର୍ମଚାରୀ ମାନେ ମାଗଣା ମିଟର ଲଗାଇ ଟଙ୍କା ଆଦାୟ କରୁଛନ୍ତି? ଏଠି ବିଦୁତ ବିଭାଗ କରୁଛି କଣ ? ବିଦୁତ ବିଭାଗ ର ଭିଜିଲାନ୍ସ ଟିମ କରୁଛି କଣ? ନା ଜାଣି ଶୁଣି ସବୁ ଚାଲିଛି?...

କାହାକୁ ପାଞ୍ଚ ଶହ ହଜାରେ କାହାକୁ ଦୁଇ ହଜାର ଏମିତି ମନ ଇଛା ଆଦାୟ କରିବାର ନଜର ଆସିଛି। ଅଭିଯୋଗ ଆସିଲା ପରେ ପାଟପୁର ସେକ୍ସନ ଯନ୍ତ୍ରୀ ଏବଂ ଲାଇନ ମେନ ପହଞ୍ଚି ଠିକା ସଂସ୍ଥାର ସୁପର ଭାଇଜର  ଜନ୍ମମୟ ପଣ୍ଡା କର୍ମଚାରୀଙ୍କୁ ତାଗିଦ କରିବା ସହ ସରକାରଙ୍କ ପ୍ରଦତ୍ତ ମାଗଣା ମିଟର ଲଗାଇ ବିଦ୍ୟତ୍ ଉପଭୋକ୍ତାଙ୍କ ଠାରୁ ଟଙ୍କାଟିଏ ବି ଆଦାୟ କରି ପାରିବେ ନାହିଁ କହିବା ସହ ଲୋକଙ୍କୁ ସଚେତନତା କରିଥିଲେ।

ଅନ୍ୟ ପଟେ ଠିକା ସଂସ୍ଥାର ସୁପର ଭାଇଜର କହିଛନ୍ତି ଯେ ଆମେ ଜାଣି ନ ଥିଲୁ ଆପଣ ଜଣାଇଲା ପରେ ଆମେ ଜାଣିଲୁ ଯେଉଁ ପିଲା ଏହି ସବୁ ଟଙ୍କା ଆଦାୟ କରିଥିଲା ତାକୁ କାମରୁ ବାହାର କରିବା ସହ ଯେଉଁ ମାନଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ ସେମାନଙ୍କୁ ଫେରାଇ ଦିଅ ଯାଇଛି। ଏନେଇ ହିଂଜିଲି ସାଉଥ୍‌କୋ ନିର୍ବାହୀ ଯନ୍ତ୍ରୀ ନରୋତ୍ତମ ପଟନାୟକ କହିଛନ୍ତି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା ମିଟର ପାଇଁ କେହି ଟଙ୍କାଟିଏ ମଧ୍ୟ ଦିଅନ୍ତୁ ନାହିଁ। ଏଥି ସହିତ ଅଭିଯୋଗ ଆସିଲେ ନିଶ୍ଚିତ ଭାବେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.