Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗହମ ପରେ ଏବେ ଚିନି ରପ୍ତାନୀ ବନ୍ଦ କରିବାକୁ ଯୋଜନା କରୁଛନ୍ତି ସରକାର  

24/05/2022 at 4:50 PM

ନୂଆଦିଲ୍ଲୀ ୨୪/୦୫ :  କେନ୍ଦ୍ର ସରକାର ଗହମ ଭଳି ଏବେ ଚିନି ରପ୍ତାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଖବର ସରବରାହ ସଂସ୍ଥା ରୟେଟର୍ସ ଏହି ଦାବୀ କରିଛି। ରିପୋର୍ଟ ଅନୁସାରେ ଦର ବୃଦ୍ଧିକୁ ରୋକିବା ପାଇଁ ସରକାର ପାଖାପାଖି ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି । ସରକାର ବର୍ତ୍ତମାନ ସମୟର ରପ୍ତାନୀକୁ ୧0 ମିଲିୟନ ଟନ୍‌ରେ ସୀମିତ କରିବାର ସମ୍ଭାବନା ରହିଛି।

ସୂଚନା ଥାଉକି, ଭାରତ ବିଶ୍ୱର ସବୁଠାରୁ ବଡ଼ ଚିନି ଉତ୍ପାଦକ ରାଷ୍ଟ୍ର ଅଟେ। ସେହିପରି ଚିନି ଉତ୍ପାଦନରେ ଭାରତ ପରେ ବ୍ରାଜିଲ ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ଼ ଚିନି ଉତ୍ପାଦନକାରୀ ରାଷ୍ଟ୍ର। ଆସନ୍ତା ସେପ୍ଟେମ୍ବରରେ ସରୁଥିବା ଚଳିତ ଆର୍ଥିକ ବର୍ଷରେ ମେ ୧୮ ତାରିଖ ପର୍ଯ୍ୟନ୍ତ ଭାରତ ୭୫ ଲକ୍ଷ ଟନ୍‌ ଚିନି ରପ୍ତାନୀ କରିଛି। ଭାରତରୁ ଚିନି ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ,, ମାଲେସିଆ ଓ ଆଫ୍ରିକା ଇତ୍ୟାଦି ପ୍ରମୁଖ ରାଷ୍ଟ୍ର ଅଟନ୍ତି।

ଭାରତରୁ ଆର୍ଥିକ ବର୍ଷ ୨୦୧୭-୧୮, ୨୦୧୯୮-୧୯, ୨୦୧୯-୨୦ ରେ କ୍ରମଶଃ ପାଖାପାଖି ୬.୨ ଲକ୍ଷ ଟନ୍‌, ୩୮ ଲକ୍ଷ ଟନ୍‌ ଓ ୫୯.୬୦ ଲକ୍ଷ ଟନ୍‌ ଚିନି ରପ୍ତାନୀ କରାଯାଇଛି। ଦେଶରେ ମୋଟ ଚିନି ଉତ୍ପାଦନର ୮୦ପ୍ରତିଶତ ଚିନି ଉତ୍ପାଦନ ଉତ୍ତରପ୍ରଦେଶ ଓ  ମହାରାଷ୍ଟ୍ରରେ ହୋଇଥାଏ। ଦେଶରେ ଅନ୍ଯ ଚିନି ଉତ୍ପାଦକ ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ, ବିହାର, ହରିଆଣା ଓ ପଞ୍ଜାବ ସାମିଲ ଅଛନ୍ତି।

   Related Posts