ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କ୍ରୁଡ୍ ଅଏଲ ଉପରେ ଓ୍ବିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ କେନ୍ଦ୍ର ସରକାର; ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ ?

5/02/2023 at 10:25 PM

ନୂଆଦିଲ୍ଲୀ, ୦୫/୦୨: ଦେଶରେ ଉତ୍ପାଦନ ହେଉଥିବା କଞ୍ଚାତେଲ ଉପରେ ସରକାର ଓ୍ବିଣ୍ଡ୍‌ଫଲ ଟ୍ୟାକ୍ସ (ଅପ୍ରତ୍ୟାଶିତ କର) ବୃଦ୍ଧି କରିଛନ୍ତି। ଫଳରେ କ୍ରୁଡ୍ ଅଏଲ ପ୍ରତିଟନ୍ ପିଛା ୧୯୦୦ ଟଙ୍କାରୁ ୫,୦୫୦ ହୋଇଛି। ତେବେ ଏହାର ପ୍ରଭାବ ଓଏନଜିସି ଏବଂ ଅଏଲ ଇଣ୍ଡିଆ ଉପରେ ପଡ଼ିପାରେ। ଏନେଇ ଶନିବାର ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଏହି ବିଜ୍ଞପ୍ତି ଅନୁଯାୟୀ ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ବଢ଼ିବା ପରେ ଏଣିକି ଡିଜେଲ ରପ୍ତାନୀ ଉପରେ ଟ୍ୟାକ୍ସ ପ୍ରତି ଲିଟର ୭.୫ ଲିଟରକୁ ବୃଦ୍ଧି ପାଇଛି ଯାହାକି ପୂର୍ବରୁ ପ୍ରତି ଲିଟର ପିଛା ୫ ଟଙ୍କା ଥିଲା। ସେହିପରି ଆଭିଏସନ ଟରବାଇନ ଫୁଏଲ (ଏଟିଏଫ) (ବିମାନ ଆଦିରେ ବ୍ୟବହୃତ ହେଉଥିବା ତୈଳ) ଉପରେ ଲାଗୁଥବା ଟ୍ୟାକ୍ସ ପ୍ରତିଲିଟର ୩.୫ ଟଙ୍କାରୁ ପ୍ରତିଲିଟର ୬ ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ପେଟ୍ରୋଲରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାଦ୍ବାରା ସରକାର ୨୫ ହଜାର କୋଟି ଟଙ୍କାର ଚଳିତ ଆର୍ଥିକ ବର୍ଷରେ ଆୟ କରିବା ନେଇ ଆଶା ରହିଛି।

ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଭାରତର ମୋଟର ଗ୍ୟାସୋଲିନ୍ ରପ୍ତାନୀ ୨୨୨.୫୦ ପ୍ରତିଶତ ବଢ଼ିଛି। ଏପ୍ରିଲ ନଭେମ୍ବର ୨୦୨୧-୨୨ ରେ ତୁଳନାରେ ଏପ୍ରିଲ-ନଭେମ୍ବର ୨୦୨୨-୨୩ ମଧ୍ୟରେ ୪୨.୬୩ ପ୍ରତିଶତ ବୃଦ୍ଧି ହୋଇଛି। କଞ୍ଚାତେଲ କିଣିବାରେ ଇଣ୍ଡୋନେସିଆ ସବୁଠୁ ଅଧିକ ଉତ୍ପାଦ ହୋଇଛି। ଓମାନକୁ ରପ୍ତାନୀ ୨୦୨୧-୨୨ ତୁଳନାରେ ଏପ୍ରିଲ-ନଭେମ୍ବର ୨୦୨୨-୨୩ରେ ୬୭୨.୩୦ ପ୍ରତିଶତ ବୃଦ୍ଧି ହୋଇଛି।

ସେହିପରି ଏଟିଏଫ୍ ରପ୍ତାନୀ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ୧୭୧.୧୦ ପ୍ରତିଶତ ବଢ଼ିଛି । ଏପ୍ରିଲ-ନଭେମ୍ବରରେ ୨୦୨୨-୨୩ ରେ ଏଥିରେ ଆହୁରି ୧୩୦.୭୨ ପ୍ରତିଶତ ବୃଦ୍ଧି ହୋଇଛି। ଏଟିଏଫ୍‌ ପାଇଁ ନେଦରଲ୍ୟାଣ୍ଡ୍‌ ରପ୍ତାନୀ ହେଉଥିବା ଟପ୍ ୧୦ ଦେଶ ମଧ୍ୟରେ ସବୁଠୁ ମୁଖ୍ୟ ବଜାର ଭାବରେ ରହିଥିଲା। ଏଠାକୁ ଏପ୍ରିଲ-ନଭେମ୍ବର ୨୦୨୨-୨୩ ରେ ଏପ୍ରିଲ-ନଭେମ୍ବର ୨୦୨୧-୨୨ ତୁଳନାରେ ବୃଦ୍ଧି ହୋଇଛି। ଏହି ଅବଧି​ରେ ବ୍ରାଜିଲ୍‌କୁ ନୂଆ ରପ୍ତାନୀ ହୋଇଛି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଥର ଜୁଲାଇ ୧ ରେ ଓ୍ବିଣ୍ଡ୍‌ଫଲ୍‌ ଟ୍ୟାକ୍ସ ଲଗାଇଥିଲା। ଗତ ଦୁଇ ସପ୍ତାହରେ ତେଲର ହାରାହାରି ଦାମ୍‌ ଆଧାରରେ ପ୍ରତି ଦୁଇ ସପ୍ତାହରେ ସମୀକ୍ଷା କରାଯାଏ।

   Related Posts