Asia Cup 2022: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବି ଚାହିଁ ରହିଛନ୍ତି ‘କ୍ରିକେଟର ଭଗବାନ’,  ସେୟାର କଲେ ସ୍ମରଣୀୟ ଟୁଇଟ୍

Published By : Prameya-News7 Bureau | August 28, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ଦଳ ଗତ ବର୍ଷ ଟି-୨୦ ବିଶ୍ଵ କପ୍‌ ପରେ ପ୍ରଥମ ଥର ପରସ୍ପରର ମୁକାବିଲା କରିବାକୁ ପ୍ରସ୍ତୁତ। ଆଉ କେଇ ମିନିଟ୍ ପରେ ଏସିଆ କପରେ ପାକିସ୍ତାନ ସହ ଲଢିବ ଭାରତ। ଗତ ଟି-୨୦ ବିଶ୍ଵ କପରେ ଲିଗ୍ ମୁକାବିଲାରେ ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ମାତ୍ର ଗତ ୧୦ ମାସରେ ବହୁତ ପରିବର୍ତ୍ତନ ଆସିଛି। ଭାରତୀୟ ଦଳର ନେତୃତ୍ଵ ଦାୟିତ୍ଵ ବର୍ତ୍ତମାନ ରୋହିତ ଶର୍ମାଙ୍କ ହାତରେ ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ପୂର୍ବରୁ ସାମାଜିକ ଗଣମାଧ୍ୟମ ଦୁଇ ଦଳ ପାଇଁ ଶୁଭକାମନାରେ ଭରି ଯାଇଛି।

wp:html /wp:html

ଏହା ମଧ୍ୟରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବି ମ୍ୟାଚ୍ ପୂର୍ବରୁ ଟୁଇଟ୍ କରିଛନ୍ତି। ସଚିନ ଲେଖିଛନ୍ତି, ସେ ବି ଆଜିର ଏହି ରୋମାଞ୍ଚକର ମୁକାବିଲାକୁ ଚାତକ ପରି ଚାହିଁ ରହିଛନ୍ତି। ସଚିନ ୨୦୦୩ ବିଶ୍ଵ କପ୍‌ର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋଟି ପାକିସ୍ତାନକୁ ହରାଇବା ପରର। ଉକ୍ତ ମ୍ୟାଚରେ ପାକିସ୍ତାନ ୭ ଓ୍ଵିକେଟ୍ ହରାଇ  ୨୭୩ ରନ କରିଥିଲା। ଜବାବରେ ଭାରତ ୪୫.୪ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଚ୍‌ରେ ସଚିନ ୯୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ସଚିନ ତେନ୍ଦୁଲକର ନିଜ କ୍ରିକେଟ୍ କ୍ୟାରିୟରରେ ପାକିସ୍ତାନ ବିପକ୍ଷରେ ଅନେକ ସ୍ମରଣୀୟ ମ୍ୟାଚ୍‌ର ଅଂଶବିଶେଷ ଥିଲେ। ସେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ମଧ୍ୟ ଏସିଆ କପ୍ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.