oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ସାଇବର କ୍ରାଇମ୍ ଯୋଗୁଁ ବିଶ୍ବ ହରାଇଛି ୧ ଲକ୍ଷ କୋଟି ଟଙ୍କା, ଆଗକୁ ଆହୁରି ଭୟଙ୍କର ହେବ ସ୍ଥିତି : ଚେତାଇଲା McAfee ସାଇବର ସିକ୍ୟୁରିଟି ଫାର୍ମ

7/12/2020 at 3:34 PM

ନୂଆଦିଲ୍ଲୀ ୦୭/୧୨ : ସାରା ବିଶ୍ବରେ ସାଇବର କ୍ରାଇମ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ବିଶ୍ବ ଅର୍ଥନୀତି ଉପରେ ମଧ୍ୟ ପଡୁଛି ।ଏକ ରିପେରର୍ଟରୁ ପ୍ରକାଶ ପାଇଛି ଯେ, ସାଇବର ଅପରାଧ ଯୋଗୁଁ ବିଶ୍ବର ଅର୍ଥନୀତି ପ୍ରାୟ ୧ ଟ୍ରିଲୟନ ବା ଏକ ଲକ୍ଷ କୋଟି ହରାଇଛି । ଏହା ହେଉଛି ବିଶ୍ବ ଜିଡିପିର ପ୍ରାୟ ୧ ପ୍ରତିଶତ ।

ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୮ ପରଠାରୁ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ବିଶ୍ବ ପ୍ରାୟ ୬ ସହ ବିଲିୟନ ଡଲାର ହରାଇଛି । ଏ ନେଇ ସୂଚନା ଦେଇଛି McAfee ସାଇବର ସିକ୍ୟୁରିଟି ଫାର୍ମ । ଏଭଳି ଅନେକ ସାଇବର ସିକ୍ୟୁରିଟି ଫାର୍ମ ସମାନ ମନ୍ତବ୍ୟ ଦେଇଛନ୍ତି । ବିଶ୍ବରେ ଏଭଳି ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବା ନେଇ ସତର୍କ କରାଇଛନ୍ତି ବିଭିନ୍ନ ସାଇବର ସିକ୍ୟୁରିଟି ଏଜେନ୍ସି ।

‘ଦି ହିଡେନ୍ କଷ୍ଟ୍ ଅଫ୍ ସାଇବର କ୍ରାଇମ’ର ରିପୋର୍ଟ ଅନୁଯାୟୀ ୯୨ ପ୍ରତିଶତ ବ୍ୟବସାୟ ଅନୁଭବ କରିଛନ୍ତି ଯେ ଆର୍ଥିକ ଖର୍ଚ୍ଚ ବ୍ୟତୀତ ସେମାନଙ୍କ ବ୍ୟବସାୟ ଉପରେ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ପଡିଛି । McAfeeର ଏସଭିପି ଏବଂ ସିଟିଓ ଷ୍ଟିଭ୍ ଗ୍ରୋବମ୍ୟାନ୍, କହିଛନ୍ତି ଯେ ବ୍ୟବସାୟ ଉପରେ ସାଇବର ଆକ୍ରମଣର ଗମ୍ଭୀରତା ଏବଂ ବାରମ୍ବାରତା ବୃଦ୍ଧି ପାଇବାରେ ଲାଗିଛି ।

ବିଶ୍ବରେ ସାଇବର କ୍ରାଇମ ବୃଦ୍ଧିକୁ ଦୃଷ୍ଟିରେ ରଖି ଏବଂ ଏହା ଦ୍ବାରା କୋଟି କୋଟି ଟଙ୍କାର କ୍ଷତିକୁ ଦୃଷ୍ଟିରେ ରଖି ଏହାର ପ୍ରତିକ୍ରିୟା ତଥା ପ୍ରତିରୋଧ ପାଇଁ ସାଇବର ବିପଦର ବ୍ୟାପକ ପ୍ରଭାବ ଏବଂ ପ୍ରଭାବଶାଳୀ ଯୋଜନା ବିଷୟରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

   Related Posts