suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପଳାତକ ବିଜୟ ମାଲ୍ୟା ପାଖରେ ଥିଲା ଟିପୁ ସୁଲତାନଙ୍କ ଦାମୀ ଖଣ୍ଡା, ଏବେ ୧୪୫ କୋଟିରେ ହେଲା ନିଲାମ

24/05/2023 at 11:10 PM

Tipu Sultan's Sword

ନୂଆଦିଲ୍ଲୀ, ୨୪/୦୫: ନିଲାମ ହୋଇଛି ଇତିହାସ ପ୍ରସିଦ୍ଧ ଟିପୁ ସୁଲତାନଙ୍କ ବେଡଚ୍ୟାମ୍ବର ଖଣ୍ଡା। ଲଣ୍ଡନର ବୋନହମ୍ସ ନିଲାମୀ ହାଉସ ମଙ୍ଗଳବାର ଏହାର ନିଲାମୀ କରିଛି।

କୁହାଯାଏ ଏହି ଖଣ୍ଡା ମଦ ବ୍ୟବସାୟୀ ଏବଂ ପଳାତକ ବିଜୟ ମାଲ୍ୟା ବେଶ୍ ଜଡ଼ିତ ଥିଲା। ଗୋଟିଏ ସମୟରେ ଖଣ୍ଡା ବିଜୟ ମାଲ୍ୟାର ସଂଗ୍ରହରେ ରହିଥିଲା। କିନ୍ତୁ ୨୦୧୮ରେ ଲଣ୍ଡନ ହାଇକୋର୍ଟ ଶୁଣାଣି ସମୟରେ ମାଲ୍ୟାଙ୍କ ଓକିଲ ଖଣ୍ଡା ବିଷୟରେ କୌଣସି ସୂଚନା ନଥିବା କଥା କହିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଐତିହାସିକ ଏବଂ ବିଶେଷଜ୍ଞ ନିଧିନ ଓଲିକାରା କହିଛନ୍ତି ଖଣ୍ଡାକୁ ବିଜୟ ମାଲ୍ୟା ୨୦୦୪ରେ ଦେଢ଼ କୋଟି ଟଙ୍କାରେ କିଣିଥିଲେ। ଆଉ ଏବେ ପ୍ରାୟ ୧୯ ବର୍ଷ ପରେ ଏହି ଖଣ୍ଡାର ନିଲାମି ପ୍ରାୟ ୧୪୫ କୋଟିରେ ହୋଇଛି। ୨୦୧୬ରେ ବିଜୟ ମାଲ୍ୟାଙ୍କ ବିଶ୍ବରେ ଥିବା ସବୁ ସମ୍ପତ୍ତିକୁ ଫ୍ରିଜ୍‌ କରିବାକୁ ବିରୋଧ କରିବା ସହ ୧୩ ଭାରତୀୟ ବ୍ୟାଙ୍କ୍‌ ୟୁନିୟନ ଲଣ୍ଡନ ହାଇକୋର୍ଟକୁ ମନାଇବାକୁ ପ୍ରୟାସ କରିଥିଲା।

ଏହି ମାମଲା ପରେ ମାଲ୍ୟା ହାଇକୋର୍ଟରେ କହିଥିଲେ ଯେ ଏହି ଖଣ୍ଡା ତାଙ୍କ ପରିବାର ପାଇଁ ଖରାପ ସମୟ ନେଇ ଆସିଥିଲା ଏଥିପାଇଁ ସେ ଖଣ୍ଡାକୁ ବିକ୍ରି କରିଦେଇଥିଲେ। ତେବେ ସେ କାହାକୁ ବିକିଥିଲେ ଏବଂ ଏବେ ତାହାକୁ କିଏ କିଣିଛନ୍ତି ତାହା ଜଣାପଡ଼ିନାହିଁ। ବୋନହମ୍ସ ନିଲାମୀ ହାଉସ ମଧ୍ୟ କୌଣସି ସୂଚନା ଦେବାକୁ ମନାକରିଛି।

୧୭୯୯ ମେ ୪ରେ ଶ୍ରୀରଙ୍ଗପଟମ ଉପରେ ଆକ୍ରମଣ ସମୟରେ ମେଜର ଜେନେରାଲ ବେୟର୍ଡ ସେନାର ନେତୃତ୍ବ ନେଇଥିଲେ, ଏହି ଯୁଦ୍ଧରେ ଟିପୁ ସୁଲତାନଙ୍କ ମୃତ୍ୟୁ ହୋଇଥିଲା। ବ୍ରିଟିଶ ସେନା ଶ୍ରୀରଙ୍ଗପଟ୍ଟମ ଉପରେ କବଜା କରିଥିଲେ । ଏହା ପରେ ଟିପୁଙ୍କ ବେଡ ଚାମ୍ବର ଖଣ୍ଡାକୁ ମେଜର ଜେନେରାଲ ବେୟର୍ଡଙ୍କ ପାଖକୁ ଆସିଥିଲା।

   Related Posts