ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ

Published By : Prameya-News7 Bureau | December 05, 2020 IST

ଭୁବନେଶ୍ଵର ୦୫।୧୨: ଆଉ କିଛି ସପ୍ତାହର ଅପେକ୍ଷା ପରେ ଦେଶରେ କରୋନା ଟିକା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହୋଇଯିବ। ଗତକାଲି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ସହିତ ଦେଶବାସୀଙ୍କୁ ଏହି ଆଶ୍ଵାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭ୍ୟାକ୍ସିନ ଆସିଲେ ଏହା ତୃଣମୂଳ ସ୍ତରରୁ ସବୁ ବର୍ଗ ପର୍ଯ୍ୟନ୍ତ କେମିତି ବିତରଣ ତାକୁ ନେଇ କେନ୍ଦ୍ର ସରକାରଙ୍କଠୁ ନେଇ ରାଜ୍ୟ ସରକାର ପର୍ଯ୍ୟନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଯଦ୍ଵାରା ସହରାଞ୍ଚଳଠୁ ନେଇ ଗ୍ରାମାଞ୍ଚଳର ପ୍ରତିଟି ବର୍ଗ ପାଖରେ ଟିକା ପହଞ୍ଚି ପାରିବ। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା ସୁଗମ କରିବାକୁ ୨୧ ଜଣିଆ କମିଟି ଗଠନ  କରିଛନ୍ତି।

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏହି ୨୧ ଜଣିଆ କମିଟି ଗଠନ କରାଯାଇଛି।  ଏହି କମିଟିରେ ରାଜ୍ୟ ଟିକାକରଣ ଅଧିକାରୀମ ସଚିବ, ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସସିବିର କିଛି ବିଭାଗୀୟ ମୁଖ୍ୟ ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାସ୍ତରୀୟ କାର୍ଯ୍ୟ ସମୀକ୍ଷା ଓ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ତଦାରଖ କରିବେ କମିଟି।

ସେହିଭଳି ପ୍ରତି ଜିଲ୍ଲାସ୍ତରରେ ମଧ୍ୟ କମିଟି ଗଠନ  କରାଯାଇଛି। ସିଡିଏମଓଙ୍କ ଅଧ୍ୟକ୍ଷତାରେ ୧୪ ଜଣିଆ କମିଟି ଗଠନ କରାଯାଇଛି।  ଜିଲ୍ଲା ସ୍ତରରେ ଟିକା ବଣ୍ଟନ କେମିତି ହେବ ଏହି କମିଟି ତଦାରଖ କରିବେ। ଟିକାର ସୁପରିଚାଳନା ଓ ବଣ୍ଟନ ନେଇ ଦାୟିତ୍ଵ କମିଟି ଉପରେ ନ୍ୟସ୍ତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.