ଜଳୁଛି ଚୁଳିଆପୋଷି ସଂରକ୍ଷିତ ଜଙ୍ଗଲ, ଆୟତ୍ତ ହେଉନି ନିଆଁ
7/03/2023 at 9:44 PM

ଉଦଳା: ହୁ ହୁ ହୋଇ ଜଳୁଛି ପୂରା ଜଙ୍ଗଲ । ବ୍ୟାପକ ଭାବେ ଲାଗିଛି ନିଆଁ । ଉଦଳା ବନାଂଚଳ ଅଧିନ ଚୁଳିଆପୋଷି ସଂରକ୍ଷିତ ଜଙ୍ଗଲ ଜଳୁଛି । ଜଙ୍ଗଲର ଅର୍ଦ୍ଧାଧିକ ଏରିଆରେ ନିଆଁ ଲାଗିଥିବା ବେଳେ ବଡ ବଡ ସାଗୁଆନ ଗଛ ସହିତ ଔଷଧୀୟ ବୃକ୍ଷ ଏବଂ ଗୁଳମଲତା ମଧ୍ୟ ଜଳି ନଷ୍ଟ ହୋଇଯାଇଛି ।
ନିଆଁର ଆଁରେ ଏବେ ପୂରା ଜଙ୍ଗଲ କବଳିତ ହୋଇ ସାରିଥିବା ବେଳେ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ । ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଜଙ୍ଗଲ ଭିତରେ ପଡିଥିବା ପତ୍ର ଦ୍ୱାରା ନିଆଁ ବ୍ୟାପିବାରେ ଲାଗିଛି । ବନ ବିଭାଗ ଘଟଣାସ୍ଥଳରେ ପହଂଚିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଛି ।