ରୋହିତ ଶର୍ମାଙ୍କ ପ୍ରିୟ ୫ ଜଣ ଖେଳାଳିଙ୍କୁ ସୁଯୋଗ ଦିଅନ୍ତି ନାହିଁ ବିରାଟ, କିଏ ସେମାନେ ଜାଣନ୍ତୁ...

Published By : Prameya-News7 Bureau | July 17, 2019 IST

ନୂଆଦିଲ୍ଳୀ୧୭|୭:  ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଜଗତର ଚର୍ଚ୍ଚିତ ଖେଳାଳି ରୋହିତ ଶର୍ମା । ଭାରତୀୟ କ୍ରିକେଟପ୍ରେମୀ ରୋହିତ ଶର୍ମାଙ୍କୁ ବହୁତ ପସନ୍ଦ କରୁଥିବାବେଳେ କିନ୍ତୁ ରୋହିତ ଶର୍ମା ଟିମ ଇଣ୍ଡିଆର ଏହି ପାଞ୍ଚଜଣ ଖେଳାଳୀଙ୍କୁ ପସନ୍ଦ କରନ୍ତି। ରୋହିତ ପସନ୍ଦ କରୁଥିବା ଏହି ପାଞ୍ଚଜଣଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲି ବହୁ କମ୍ ମ୍ୟାଚରେ ଖେଳିବାକୁ ସୁଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ

{"id":134576}

 କ୍ରୁନାଲ ପାଣ୍ଡିୟା  ଜଣେ  ସୁଦକ୍ଷ ଖେଳାଳୀ । ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ରୋହିତ ଓ କ୍ରୁନାଲଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ହୋଇଥିଲା। କ୍ରୁନାଲ ପାଣ୍ଡିୟା ଟି-୨୦, ୧୧ ଟି ମ୍ୟାଚ ଖେଳି ବହୁତ ଭଲ ପ୍ରଦର୍ଶନ କରିଥିଲେ। ରୋହିତ ଶର୍ମାଙ୍କ  ଅଧିନାୟକ ନେତୃତ୍ବରେ କ୍ରୁନାଲ ୧୧ ଟି ମ୍ୟାଚ ଖେଳିଛନ୍ତି।

{"id":134577}

ଶ୍ରେୟାସ ଲେୟାର ଜଣେ ମଧ୍ୟ ସୁଦକ୍ଷ ଖେଳାଳୀ। ଭାରତୀୟ ଟିମ ପାଇଁ ଶ୍ରେୟାସ ୧୨ ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ, ଛଅଟି  ଟି-୨୦  ଓ ୬ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି। ରୋହିତ ଶର୍ମା ଅଧିନାୟକ ଥିବା ସମୟରେ ବହୁ ଏକଦିବସୀୟ ମ୍ୟାଚରେ ତାଙ୍କୁ ଖେଳିବାକୁ ସୁଯୋଗ ଦେଇଥିଲେ। ବିରାଟ  କୋହଲି  ଅଧିନାୟକ ହେବା ପରେ ତାଙ୍କୁ ଟିମରୁ ବାଦ ଦିଆଯାଇଥିଲା।

{"id":134579}

ଧୋନୀଙ୍କ ଆସିବା ପୂର୍ବରୁ ଭାରତୀୟ ଟିମରେ ଦିନେଶ କାର୍ତ୍ତିକ ଡେବ୍ୟୁ କରିଥିଲେ। ଧୋନୀ ଆସିବା ପରେ ତାଙ୍କୁ କମ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଥିଲା। ରୋହିତ ଶର୍ମା ଅଧିନାୟକ ଥିବା ସୟମରେ କାର୍ତ୍ତିକ ଖେଳରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।

{"id":134580}

ଓ୍ବାସିଙ୍ଗଟନ ସୁନ୍ଦର ଲମ୍ବା ସମୟଧରି ରୋହିତ ଶର୍ମାଙ୍କ  ନେତୃତ୍ବରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଓ୍ବାସିଙ୍ଗଟନ ଖେଳିଥିବା ସବୁ ମ୍ୟାଚରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସତ୍ତ୍ବେ  ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଖେଳିବାକୁ ସୁଯୋଗ ଦେଇନାହାନ୍ତି।

{"id":134581,"width":580,"height":395}

ସର୍ଦୁଲ ଠାକୁର  ଭାରତୀୟ କ୍ରିକେଟ ଟିମରେ ୧୩ ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ, ଗୋଟିଏ ଟେଷ୍ଟ ମ୍ୟାଚ, ପାଞ୍ଚଟି ଏକଦିବସୀୟ ମ୍ୟାଚ ଓ ୭ ଟି ଟି-୨୦ ମ୍ୟାଚ ଖେଳିବା ୧୪ ଟି ଓ୍ବିକେଟ  ଅକ୍ତିଆର କରିଥିଲେ। ଗୋଟିଏ ଆଇପିଏଲ ମ୍ୟାଚକୁ ଛାଡ଼ିଦେଲେ ଆଉ ସବୁ ଆଇପିଏଲ ମ୍ୟାଚରେ ସର୍ଦୁଲ ରୋହିତଙ୍କ ନେତୃତ୍ବରେ  ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.