ଧରା ପଡି ଗଛରେ ବନ୍ଧା ହେଲେ ମାଛ ଚୋର

Published By : Prameya-News7 Bureau | May 26, 2020 IST

ସୋର୨୬/୫: ଧରା ପଡିଲେ ମାଛ ଚୋର। ବିଳମ୍ବିତ ରାତିରେ ପୋଖରୀରୁ ମାଛ ଚୋରୀ କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡି ଗଛରେ ବନ୍ଧା ହୋଇଥିଲେ ମାଛ ଚୋର। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଖୁଣ୍ଟା ଗ୍ରାମରେ। ଗ୍ରାମର ବୈଦ୍ୟନାଥ ଜେନାଙ୍କ ମାଛ ପୋଖରୀରେ ଗତକାଲି ବିଳମ୍ବିତ ରାତିରେ ପାଖ ବେଙ୍ଗେଇ ଗ୍ରାମର ତିନି ଯୁବକ ପୋଖରୀରେ ଭିତରେ ପଶି ମାଛ ଧରୁଥିବା ବେଳେ ଗ୍ରାମବାସୀ ମାନଙ୍କ ହାତରେ ଧରା ପଡିଥିଲେ। ଏହି ଘଟଣାରେ ସ୍ଥାନୀୟ ଲୋକେ ମିଶି ତିନିଜଣ ମାଛ ଚୋରଙ୍କୁ  ଧରି ଗଛରେ ବାନ୍ଧି ଦେଇଥିଲେ। ତେବେ ମଙ୍ଗଳବାର ସକାଳେ କିଛି ସ୍ଥାନୀୟ ମୂରବୀ ଶ୍ରେଣୀର ଲୋକମାନଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା କରି ସେମାନଙ୍କୁ ଛଡ଼ା ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.