ସାମ୍ନାକୁ ଆସିଲା ମୋରବି ଝୁଲାପୋଲ ଭାଙ୍ଗିବାର ପ୍ରଥମ video, ଆଗ ଜୋରରେ ଦୋହଲିଲା ଆଉ ଛିଡିପଡିଲା

Published By : Prameya-News7 Bureau | October 31, 2022 IST

ମୋରବି ୩୧।୧୦:  ମୋରବି ଦୁର୍ଘଟଣାର ନୂଆ ଛବି ସାମ୍ନାକୁ ଆସିଛି। ପୋଲ ଭାଙ୍ଗିବା ଘଟଣାର ସିସି ଟିଭି ଫୁଟେଜ ମିଳିଛି। ଯେଉଁଥିରେ କିଛି ଲୋକେ ପୋଲକୁ ହଲାଉଥିବା ଦେଖାଯାଇଛି। ଏଥିରେ ପୋଲଟି ଅଚାନକ ଛିଡିପଡୁଥିବା ଦେଖାଯାଇଛି। ଦୁର୍ଘଟଣା ବେଳେ ପୋଲ ଉପରେ ବହୁ ସଂଖ୍ୟକ ଲୋକ ଥିଲେ। କିଏ ସେଲଫି ନେଉଥିଲା ତ ଆଉ କିଏ ପୋଲ ବାଡକୁ ଧରି ଛିଡା ହୋଇଥିବାର ଦେଖାଯାଇଛି। ୩୬ ସେକେଣ୍ଡର ଏହି ଭିଡିଓରେ ମୃତ୍ୟୁ କିପରି ଲୋକଙ୍କୁ କବଳିତ କରୁଛି ତାହା ଦେଖାଯାଉଛି।

ମୋରବି ଝୁଲାପୋଲ ଦୁର୍ଘଟଣା ମୃତକଙ୍କ ସଂଖ୍ୟା ସୋମବାର ସକାଳ ସୁଦ୍ଧା ୧୪୧କୁ ପହଞ୍ଚିସାରିଥିଲା। ଅନେକ ଲୋକେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ସୋମବାର ସକାଳ ସୁଦ୍ଧା ମୋରବି ସରକାରୀ ହସ୍ପିଟାଲ ପକ୍ଷରୁ ୯୯ ଜଣ ମୃତକଙ୍କ ସୂଚୀ ଜାରି ହୋଇଥିଲା। ତେବେ ସବୁ ମୃତକଙ୍କ ନାମ ଓ ବୟସ ସୂଚୀରେ ନଥିଲା। ପୋଲଟି ନିର୍ମାଣର ଶହେବର୍ଷ ପୂରଣ କରିସାରିଥିଲା। ନିକଟରେ ମରାମତି ପରେ ପୁଣି ଲୋକଙ୍କ ଲାଗି ପୋଲକୁ ଖୋଲା ଯାଇଥିଲା।

wp:html /wp:html

ପୋଲଟି ପର୍ଯ୍ୟଟକଙ୍କ ଆକାର୍ଷଣର କେନ୍ଦ୍ର ଥିଲା। ନିକଟରେ ଦୀପାବଳି ପର୍ବ ଯାଇଥିବା ବେଳେ ରବିବାର ଛୁଟି ଥିବାରୁ ଅନେକ ଲୋକ ଛୁଟି କଟେଇବା ଲାଗି ପୋଲ ଉପରକୁ ଯାଇଥିଲେ। ଜନତାଙ୍କ ଲାଗି ମାତ୍ର ୪ ଦିନ ପୂର୍ବରୁ ପୋଲଟିକୁ ଖୋଲା ଯାଇଥିଲା। ଏଣୁ ପୋଲ ଖୋଲିବା ପରେ ପ୍ରଥମ ଛୁଟି ଦିନରେ ପୋଲ ଉପରେ ଭାରି ଭିଡ ଥିଲା। ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ପୋଲଟି ଛିଡି ନଦୀକୁ ଖସିପଡଥିଲା। ଏହି ଦୁର୍ଘଟଣାର ପ୍ରଥମ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ପୋଲଟି ପ୍ରଥମେ ଜୋରରେ ଦୋହଲୁ ଉଠୁଥିବାର ଦେଖାଯାଉଛି। ଏଣୁ ଲୋକେ ପୋଲର ବାଡ ଧରୁଥିବା ଓ ଜଣେ ଦୁଇ ବାଡକୁ ଦୁଇ ହାତରେ ଜାବୁଡି ଧରି ରଖିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଏହାପରେ ପୋଲଟି ଅଚାନକ ନଦୀଭିତରୁ ଛିଡି ପଡୁଥିବା ଦେଖାଯାଇଛି। ଯେଉଁଠାରେ ପୋଲ ନିର୍ମାଣ ହୋଇଛି ସେଠାରେ ନଦୀ ବେଶ ଗଭୀର। ଏଣୁ ଲୋକେ ନଦୀରେ ପଡି ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.