୨୦୨୭ ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ, ଷ୍ଟେସନରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି

Published By : Prameya-News7 Bureau | November 30, 2024 IST

ଭୁବନେଶ୍ବର ୩୦।୧୧: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ଏହା କେତେ ଆଗେଇଛି, କ’ଣ ଡିପିଆର ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ, ଏହାସହ କେବେ ସୁଦ୍ଧା କାର୍ଯ୍ୟ ସରିବ ଏବଂ ଏଥିପାଇଁ ବଜେଟ୍ କେତେ ରହିଛି ତାହା ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ । ଅନୁଧ୍ୟାନ ପରେ ଅପରାଜିତା କହିଛନ୍ତି, ୨୬ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ୱରରେ ମେଟ୍ରୋ କରିବା ପାଇଁ ସେବେକାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ରାଜ୍ୟ ସରକାର କାମ ଆରମ୍ଭ କରିଥିଲେ । ମେଟ୍ରୋ କାମର ଅଗ୍ରଗତି ନେଇ ସମୀକ୍ଷା କରିଛି । ନଭେମ୍ବର ୨୦୨୩ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି । ୨୬ କି.ମି.ରେ ୨୦ଟି ଷ୍ଟେସନ ରହିବ । ୧୩ଟି ଟ୍ରେନ୍ ଚାଲିବ । ଗୋଟିଏ ଟ୍ରେନ୍‌ରେ ୩ଟି କୋଚ୍ ରହିବ । ବଜେଟ୍ ୬ ହଜାର ୨୫୬ କୋଟି ରହିଛି । ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ୪୬୦ କୋଟି ଖର୍ଚ୍ଚ ସରିଛି । ବିଏମଆରସି ସହିତ ରାଜ୍ୟ ସରକାର ଓଡ଼ିଶା-ଦିଲ୍ଲୀ ମେଟ୍ରୋ ସହିତ ମିଶି କାମ କରୁଛନ୍ତି । 

ଏକମ୍ର ନିର୍ବାଚନ ମଣ୍ଡଳୀରେ ୩ଟି ଷ୍ଟେସନ, ମଧ୍ୟ ନିର୍ବାଚନ ମଣ୍ଡଳୀରେ ୪ଟି ଷ୍ଟେସନ, ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୦ ଷ୍ଟେସନ, କଟକରେ ୩ଟି ଷ୍ଟେସନ ରହିବ । ୯୫ ହଜାର ଲୋକ ପ୍ରତିଦିନ ଯିବାର କ୍ଷମତା ରହିବ । ୯୨ ଏକର ଜମି ଦରକାର ଥିଲା । ସବୁ ଆସିଛି, ୧୫ ଏକର ଜମି ବାକି ଅଛି । ୪୦ ଏକର ଜମି ମଳିପଡାରେ ଦିଆଯାଇଛି । ଯେଉଁଠି ମେଟ୍ରୋ ଅଫିସ ଅଛି ଓ ବେସିକ୍ କାମ ଚାଲିଛି । ଡିସେମ୍ବର ୨୦୨୭ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୬ କି.ମି.ରେ ମେଟ୍ରୋ କାମ ହେବା । ପ୍ରଥମ ୨୦ଟି   ଷ୍ଟେସନ ଓଡ଼ିଶାର କଳା ସଂସ୍କୃତିକୁ ନେଇ ତିଆରି ହେବ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୫୦ କୋଟି ଟଙ୍କା ଅକ୍ଟୋବରରେ ରାଜ୍ୟ ସରକାର ଦେଇଛନ୍ତି । ଆଉ 

୩୫୦ କୋଟି ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ରାଜ୍ୟ ସରକାର ଦେବେ । ୨୫-୨୬ରେ ୧୭୦୦ କୋଟି ଟଙ୍କାର ଦେବ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅର୍ଥରେ ଏହି ମେଟ୍ରୋ କାମ ହେବ । ପ୍ରଥମ ୨୦ଟି ଷ୍ଟେସନ ଓଡ଼ିଶାର କଳା ସଂସ୍କୃତିକୁ ନେଇ ତିଆରି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

You Can Read:

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର, ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.