ଭୁବନେଶ୍ବର ୮/୭: ଆସନ୍ତା ୧୯ ଓ ୨୦ରେ ବସିବ ବିଜେପିର କାର୍ଯ୍ୟକାରିଣୀ ବୈଠକ । ସରକାରକୁ ଆସିବା ପରେ ଏହା ବିଜେପିର ପ୍ରଥମ କାର୍ଯ୍ୟକର୍ତ୍ତା ବୈଠକ । ତେବେ ପୁରୀରେ ବୈଠକ ବସିବା ନେଇ ଚର୍ଚ୍ଚା ହେଉଛି । ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନି । ବୈଠକରେ ଯୋଗଦେଇପାରନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ଆଗାମୀ ଦିନର ରଣନୀତି ଓ କାର୍ଯ୍ୟପନ୍ଥା ଚୂଡାନ୍ତ ହେବ ।