ସାହା ହେଲା ପ୍ରକୃତି: ବର୍ଷାରେ ଲିଭିଲା ନିଆଁ, ନାଚିଲେ ବନ କର୍ମଚାରୀ
19/03/2023 at 5:02 PM

ଉମରକୋଟ: ଜଳୁଥିଲା ଜଙ୍ଗଲ । ନିଆଁରେ ନଷ୍ଟ ହେଉଥିଲା ଜଙ୍ଗଲ ବହୁ ମୂଲ୍ୟବାନ ଗଛ ଲତା । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ନାକେଦମ ହୋଇଯାଇଥିଲେ। ହେଲେ ପ୍ରକୃତି ଆର୍ଶୀବାଦରେ ଗତ କାଲି ସନ୍ଧ୍ୟାଠାରୁ ନବରଙ୍ଗପୁର ଜିଲ୍ଲାରେ ଲଗାତାର ଝିପ୍ ଝିପ ବର୍ଷା ଲାଗି ରହିଛି । ଫଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭି ଯାଇଛି। ଆଉ ଖୁସିରେ ଝୁମି ଉଠିଛନ୍ତି ବନ କର୍ମଚାରୀ।
ପୂର୍ବରୁ ଅସରାଏ ବର୍ଷାରେ ଜଙ୍ଗଲ ନିଆ ନିୟନ୍ତ୍ରଣ ଥିଲା କିନ୍ତୁ ଗତ କାଲି ସଂଧ୍ୟା ବର୍ଷା ପରେ ଜିଲ୍ଲାରେ ଜିରୋ ଫାୟାର ପଏଣ୍ଟ ହୋଇଯାଇଛି। ଆଉ ବର୍ଷା ହେବାପରେ ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ଚକଳାପଦର ସଂରକ୍ଷିତ ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଦିନରାତି ଏକ କରିଥିବା ବନ ବିଭାଗର କର୍ମଚାରୀ ଆଶ୍ଵସ୍ତ ହୋଇଛନ୍ତି। ସେମାନଙ୍କ ଖୁସି ନ କହିଲେ ସରେ । ବର୍ଷା ଯୋଗୁଁ ବନ ବିଭାଗ କର୍ମଚାରୀ ବର୍ଷାରେ ଭିଜି ଭିଜି ନାଚି ଉଠିଛନ୍ତି । ଆଉ ଭଗବାନଙ୍କୁ ଦେଉଛନ୍ତି ଅନେକ ଅନେକ ଧନ୍ୟବାଦ।