oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏହି ମଇଦାନରେ ଖେଳାଯିବ WTC 2023ର ଫାଇନାଲ୍ ମୁକାବିଲା, ଘୋଷଣା କଲା ICC

21/09/2022 at 8:04 PM

ନୂଆଦିଲ୍ଲୀ: ଆସନ୍ତାବର୍ଷ କେଉଁଠି ଖେଳାଯିବ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍‌।  ବୁଧବାର ଏନେଇ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ୨୦୨୫ ସଂସ୍କରଣର ଫାଇନାଲ୍ ମ୍ୟାଚ୍‌ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବ।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟୋଫ ଏଲାର୍ଡିସ୍ କହିଛନ୍ତି, ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ର ଆୟୋଜନ ଦ ଓଭାଲରେ କରାଯିବା ନେଇ ଆମେ ଖୁସି ଅଛୁ। ଏହି ଗ୍ରାଉଣ୍ଡ ଏମିତି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ସର୍ବୋତ୍ତମ। ପୁଣି ୨୦୨୫ ଫାଇନାଲ୍‌ରେ ଲର୍ଡ୍ସରେ ଖେଳାଯିବ। ଟାଇଟଲ୍ ମୁକାବିଲା ପାଇଁ ଲର୍ଡ୍ସ ପରି ଐତିହାସିକ ମଇଦାନ ଆଉ ହୋଇନପାରେ।

ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଗତ ବର୍ଷ ଖେଳାଯାଇଥିବା ଫାଇନାଲ୍  ମୁକାବିଲା ରୋମାଞ୍ଚକର ଥିଲା। ସମଗ୍ର ଦୁନିଆର ପ୍ରଶଂସକ ଓଭାଲରେ ଆଗାମୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ପ୍ରତୀକ୍ଷା କରିଛନ୍ତି। ଆଇସିସି ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି। ତେବେ ୨୦୨୩ ଏବଂ ୨୦୨୫ ଦୁଇ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ମୁକାବିଲାର ତାରିଖ ଆଗାମୀ ସମୟରେ କରାଯିବ।

   Related Posts