Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଏହି ଦୁଇ ଦଳ ମଧ୍ୟରେ ଖେଳା ଯାଇପାରେ WTCର ଫାଇନାଲ୍ ମ୍ୟାଚ୍, ସଙ୍କେତ ଦେଲା ICC

20/02/2023 at 2:51 PM

ICC World Test Championship

ନୂଆଦିଲ୍ଲୀ: କେଉଁ ଦୁଇ ଦଳ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯିବ ତାକୁ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ଜୁନ ମାସର ପ୍ରଥମ ସପ୍ତାହରେ ଡବ୍ଲ୍ୟୁଟିସିର ଫାଇନାଲ୍‌ ମ୍ୟାଚ୍ ଇଂଲଣ୍ଡରେ ଖେଳାଯିବ। ବର୍ତ୍ତମାନ କେବଳ ତିନୋଟି ଦଳ ନିକଟରେ ଫାଇନାଲ୍‌ ଖେଳିବାର ସୁଯୋଗ ରହିଛି। ହେଲେ ଆଇସିସି ଜଣାଇଛି ଯେ, କେବଳ ଏହି ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ହେବାର ୮୯ ପ୍ରତିଶତ ସମ୍ଭାବନା ରହିଛି।

ଭାରତ ଦିଲ୍ଲୀରେ ଖେଳାଯାଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ମୁକାବିଲାରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ  ହରାଇଛି। ଏହା ପରେ ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲ୍‌ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହା ପରେ ସ୍ପଷ୍ଟ ହୋଇଛି  ଯେ, ଦକ୍ଷିଣ ଆଫ୍ରିକା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ଦୌଡରୁ ବାଦ୍ ପଡିଛି। ଏବେ ଭାରତ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ନିକଟରେ ଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ରହିଛି।

ଆଇସିସି ଅନୁଯାୟୀ, ଡବ୍ଲ୍ୟୁଟିସି ୨୦୨୩ର ଫାଇନାଲ୍‌ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାର ସମ୍ଭାବନା ୨.୮ ପ୍ରତିଶତ ରହିଛି। ସେହିପରି ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ୍ ମ୍ୟାଚ୍ ହେବାର ମାତ୍ର ୮.୩ ପ୍ରତିଶତ ସମ୍ଭାବନା ରହିଛି। ତେବେ ଆଇସିସି ଅନୁସାରେ, ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ଖେଳାଯିବାର ସମ୍ଭାବନା ୮୮.୯ ପ୍ରତିଶତ ରହିଛି।

ଭାରତ ଯଦି ଚଳିତ ଶୃଙ୍ଖଳାର ବାକି ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଏ ଏବଂ ଅନ୍ୟପଟେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତିଯାଏ ତେବେ ଅଷ୍ଟ୍ରେଲିଆ ଫାଇନାଲ୍ ଦୌଡରୁ ବାଦ୍ ପଡିପାରେ। ଯଦି ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ୍ ଯଦି ଡ୍ର କରିଦିଏ କିମ୍ବା ଜିତିଯାଏ ତେବେ କଙ୍ଗାରୁ ଦଳ ଫାଇନାଲ୍‌ରେ ପ୍ରବେଶ କରିବ। ଅନ୍ୟପକ୍ଷେ ଭାରତ ତେବେ ଯାଇ ବାଦ୍ ପଡିବ ଯେତେବେଳେ ଦଳ ବାକି ଦୁଇଟି ମ୍ୟାଚ୍‌ରେ ପରାଜିତ ହେବ ଏବଂ ଶ୍ରୀଲଙ୍କା ନିଜର ଦୁଇ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିବ।

   Related Posts