‘ଚନ୍ଦ୍ରଯାନ-୩’ ଉପର ନିର୍ମାଣ ହେବ ଫିଲ୍ମ, ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ କଲେ ଘୋଷଣା
24/08/2023 at 5:39 PM

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳ ପରେ ସମଗ୍ର ବିଶ୍ଵରେ ଭାରତ ଓ ଇସ୍ରୋକୁ ନେଇ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି। ତେବେ ଏହି ସବୁ ଭିତରେ ଚନ୍ଦ୍ରଯାନ-୩ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ କିଏ ନିର୍ମାଣ କରିବ ? କେବେ ସୁଟିଂ ହେବ ? ଏହାର ଘୋଷଣା ଏ ପର୍ଯ୍ୟନ୍ତ ହୋଇ ନାହିଁ। କିନ୍ତୁ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଏହାରି ଉପରେ ଫିଲ୍ମ ନିର୍ମାଣ କରିବାକୁ ନିର୍ଦ୍ଦେଶକଙ୍କ ଧାଡ଼ି ଲାଗିଛି। ଗୋଟିଏ ପଟେ କିଛି ନିର୍ମାତା ନିଜ ନିଜର ଫିଲ୍ମ ପଞ୍ଜୀକୃତ କରିବାରେ ଲାଗି ଗଲେଣି। ଅନ୍ୟପଟେ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ‘ଚନ୍ଦ୍ରଯାନ-୩’ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ- ଚନ୍ଦ୍ରଯାନ-୩କୁ ନେଇ ଇଂରେଜଙ୍କୁ ଏମିତି ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା, ଶୁଣିଲେ ଗର୍ବରେ ଚଉଡ଼ା ହୋଇଯିବ ଛାତି
ଅକ୍ଷୟ କୁମାରଙ୍କ ଅଭିନୀତ ମିଶନ ମଙ୍ଗଳର ନିର୍ଦ୍ଦେଶକ ଜଗନ ଶକ୍ତି ଦୈନିକ ଭାସ୍କରକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ମିଶନ ମଙ୍ଗଲର ଟିମ୍ ସହ ସେ ଚନ୍ଦ୍ରଯାନ-୩ ଉପରେ ଫିଲ୍ମ ନିର୍ମାଣ କରିବେ। ତେବେ ଏହି ଫିଲ୍ମରେ ଅକ୍ଷୟ କୁମାର ଅଭିନୟ କରିବେ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଜଗନ ଶକ୍ତି କେବଳ ଏତିକି କହିଛନ୍ତି ଯେ ସେ ଏହି ସୁଯୋଗକୁ କଦାପି ହାତ ଛଡ଼ା କରିବେ ନାହିଁ। ଫିଲ୍ମର କାହାଣୀକୁ ନେଇ ବିଚାର କରିବା ଆରମ୍ଭ କଲିଣି। କାହାଣୀ କେମିତି ରହିବ ସ୍ଥିର କରିବା ପୂର୍ବରୁ ନିଜ ବଡ଼ ଭଉଣୀଙ୍କ ପରାମର୍ଶ ଲୋଡ଼ିବି। ସେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ। ଆଶା କରୁଛି ମିଶନ ମଙ୍ଗଲର ଟିମ୍ ସହ ଚନ୍ଦ୍ରଯାନ-୩ର ନିର୍ମାଣ କରିବି।
ଅଧିକ ପଢନ୍ତୁ- ‘ଚନ୍ଦ୍ରଯାନ-୩’ ସଫଳତାରେ ଏମାନେ ହେଉଛନ୍ତି ହିରୋ, ଜାଣନ୍ତୁ କ’ଣ ରହିଛି ଅବଦାନ ?
ସୂଚନାଯୋଗ୍ୟ, ଜୁଲାଇ ୧୬ ତାରିଖରେ ଆନ୍ଧ ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ଵିତୀୟ ଲଞ୍ଚ ପ୍ୟାଡରୁ ଚନ୍ଦ୍ରଯାନ-୩ ଉତକ୍ଷେପଣ କରାଯାଇଥିଲା। ୪୦ ଦିନର ଲମ୍ବା ଯାତ୍ରା ପରେ ପୃଥିବୀ ପୃଷ୍ଠରୁ ପାଖାପାଖି ୪ ଲକ୍ଷ କିଲୋମିଟର ପଥ ଅତିକ୍ରମ କରିବା ପରେ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି। ରୋଭର ପ୍ରଜ୍ଞା ଇସ୍ରୋ ବୈଜ୍ଞାନିକଙ୍କ ଦ୍ଵାରା ଧାର୍ଯ୍ୟ ନିଜର ୧୪ ଦିନିଆ କାମ ଆରମ୍ଭ କରି ଦେଇଛି। ଏହା ଚନ୍ଦ୍ର ପୃଷ୍ଠର ରସାୟନିକ ଗୁଣ ବିଷୟରେ ତଥ୍ୟ ପ୍ରଦାନ କରିବ। ଏଥିସହ ସହ ପ୍ରଜ୍ଞା ଚନ୍ଦ୍ରର ଅନେକ ଭୌତିକ ଗୁଣର ତଥ୍ୟ ସଂଗ୍ରହ କରିବ।