ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଜନ୍ମଦିନ ଚାନ୍ଦାକୁ ନେଇ ୨ ଛାତ୍ରଙ୍କ ମଧ୍ୟରେ କଳି; ହଷ୍ଟେଲ୍‌ ଛାତରୁ ପଡ଼ି ଜଣେ ଛାତ୍ର ମୃତ

28/06/2022 at 7:24 PM

ଚଣ୍ଡୀଗଡ଼୨୮/୦୬ : ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ ପଞ୍ଜାବର ଜଳନ୍ଧରରେ ଜନ୍ମଦିନ ଉତ୍ସବରେ ଟଙ୍କା ଦେବାକୁ ନେଇ ଝଗଡ଼ା ହେବାରୁ ଜଣେ କଲେଜ୍‌ ଛାତ୍ରଙ୍କର ମୃତ୍ୟୁ ହେବା ସହିତ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି। ରବିବାର ବିଳମ୍ୱିତ ରାତିରେ ଗୋଟିଏ ଛାତ୍ରାବସରେ ଏପରି ଅଘଟଣ ଦେଖିବାକୁ ମିଳିଛି। ଏହି ଛାତ୍ରାବାସରେ ଡିଏଭି ଇନିଷ୍ଟିଚିଉଟ୍‌ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି କଲେଜ୍‌ର ଛାତ୍ରମାନେ ରହୁଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ବିହାରର ୨ ଜଣ ଛାତ୍ରଙ୍କ ମଧ୍ୟରେ ଏହି ଝଗଡ଼ା ହୋଇଥିଲା। ସେମାନେ ଛାତ୍ରାବାସର ଦ୍ୱିତୀୟ ମହଲାରୁ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ  ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ବୋଲି କଲେଜ୍‌ର ଆସୋସିଏଟ୍‌ ପ୍ରଫେସର ଡକ୍ଟର ସଞ୍ଜୀବ ନାଭାଲ୍‌ ଏଏନଆଇକୁ କହିଛନ୍ତି।

ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଛାତ୍ର ବିରୋଧରେ ଆଇପିସି ଧାରା ୩୦୪ ଅଧୀନରେ ମାମଲା ରୁଜୁ କରାଯାଇଛି ବୋଲି ଏଡିସିନାଲ୍ ଡିସିପି ଜଶକିରତଜିତ ତାନେଜା ସାମ୍ୱାଦିକମାନଙ୍କୁ କହିଛନ୍ତି। ଚିକିତ୍ସାଧୀନ ଛାତ୍ରର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ବୋଲି କୁହାଯାଇଛି।

ଛାତ୍ରାବାସରେ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାପରେ ଏପରି ଚକିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ସମ୍ପୃକ୍ତ ଦୁଇଜଣ ଛାତ୍ର ସେହି କଲେଜ୍‌ରେ ବିଏସସି ପଢ଼ୁଥିଲେ। ଏପରି ଘଟଣା ହେବା ପରେ ଛାତ୍ରାବାସ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଏ ବିଷୟରେ ଜଣାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

   Related Posts