ମାଆକୁ ନୃଶଂସ ଭାବରେ ହତ୍ୟା କରିଥିଲା ବାପା, ପୁଅର ସାକ୍ଷ୍ୟ ପରେ ସଜା ଶୁଣାଇଲେ କୋର୍ଟ
28/03/2023 at 10:53 PM

କଟକ, ୨୮/୦୩: ମାଆକୁ ହତ୍ୟା କରିଥିବା ବାପା ବିରୋଧରେ ସାକ୍ଷୀ ଦେଲେ ପୁଅ। ପୁଅର ସାକ୍ଷ୍ୟ ଆଧାରରେ ଦୋଷୀ ହେଲା ବାପା। ପତ୍ନୀ ହତ୍ୟାକାରୀ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା ଓ ଦୌରାଜଜ୍। ୨୦୧୬ ଏପ୍ରିଲ ୨୧ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲା ।
ପତ୍ନୀ ସରସ୍ୱତୀ ପୃଷ୍ଟିକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ କାଳନ୍ଦୀ ଓରଫ ପ୍ରସନ୍ନ ମଲ୍ଲିକ। ନିଜ ପତ୍ନୀର ହାତ ଦୁଇଟିକୁ ହାଣି କଟା ହାତକୁ ଏକ ପୋଖରୀରେ ଫୋଫାଡ଼ି ଦେଇଥିଲା। ଏଭଳି ନୃଶଂସ ସ୍ୱାମୀକୁ ଜୀବନ ସାରା ଜେଲରେ କାଟିବା ପାଇଁ କଟକ ଜିଲା ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି। ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ମତାନ୍ତର ରହୁ ଥିଲା। ବିବାହ ପରେ ଉଭୟଙ୍କର ଦୁଇ ଶିଶୁ ପୁତ୍ର ମଧ୍ୟ ଜନ୍ମ ହୋଇ ଥିଲେ।
କୋର୍ଟରେ ଶୁଣାଣି ସମୟରେ ୧୪ ବର୍ଷର ନାବାଳକ ମା କୁ ବାପା ହତ୍ୟା କରିଥିବାର ଚିତ୍ର ବଖାଣି ଥିଲା। ତାକୁ ୮ ବର୍ଷ ହୋଇଥିବା ବେଳେ ହୋଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। କିଭଳି ମାକୁ ବାପା ହତ୍ୟା କଲା ତାହା ବିଚାରପତିଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲା। ୧୬ ଜଣ ସାକ୍ଷୀଙ୍କ ଵୟାନ ଆଧାରରେ ଏହି ଦଣ୍ଡାଦେଶ ଦେଇଛନ୍ତି କଟକ ଜିଲା ଦୌରାଜଜ୍।
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଟଙ୍କା ନାବାଳକ ଶିଶୁଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହିତ ଜିଲା ଆଇନସେବା ପ୍ରାଧିକରଣ ଦୁଇ ନାବାଳକ ଶିଶୁ ପୁତ୍ରଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।