ଝିଅର ଜଳୁଥିବା ଚିତାକୁ ଡେଇଁଲେ ଦୁଷ୍କର୍ମ ପୀଡିତାଙ୍କ ବାପା, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ଭିଲୱାଡା ଦୁଷ୍କର୍ମ ଏବଂ ହତ୍ୟାର ଜଘନ୍ୟ ଘଟଣାରେ ନିଜ ଝିଅକୁ ହରାଇଥିବା ବାପା ନିଜ ଧୈର୍ଯ୍ୟକୁ ହରାଇ ବସିଛି । ସୋମବାର ପୀଡିତାର ଅନ୍ତିମ ସତ୍କାର କରାଯାଉଥିଲା, ଏହି ସମୟରେ ମୃତକଙ୍କ ବାପା ଜଳୁଥିବା ଚିତାକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ସେ ଆହତ ହୋଇଛନ୍ତି, ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ବିପଦମୁକ୍ତ ଥିବା ହସ୍ପିଟାଲ ଡାକ୍ତର କହିଛନ୍ତି । ଏହି ଜଘନ୍ୟ ମାମଲାରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି ।

ଭିଲୱାଡା ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅବହେଳା ଯୋଗୁଁ ଥାନାର ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି । ଭିଲୱାଡାର କୋଟରା ପୋଲିସ ଷ୍ଟେସନର ଏଏସଆଇକୁ ଏହି ମାମଲାରେ ଅବହେଳା ଯୋଗୁଁ ନିଲମ୍ୱିତ କରାଯାଇଛି । ଏହି ମାମଲାରେ ଜିଲ୍ଲା ଏସପି କହିଛନ୍ତି ଯେ ଏହା ଜଘନ୍ୟ ଅପରାଧ ଅଟେ । ଅପରାଧୀଙ୍କୁ ଯେପରି ମୃତ୍ୟୁ ଦଣ୍ଡ ମିଳିବ ସେଥିପାଇଁ ପୋଲିସ ଉଦ୍ୟମ କରିବ ।

ପଢନ୍ତୁ: ରାଜସ୍ଥାନରେ ଚାଞ୍ଚଲ୍ୟ, ନାବାଳିକାକୁ ଗଣଦୁଷ୍କର୍ମ ପରେ ଭାଟିରେ ପୋଡ଼ିଦେଲେ

ଅଗଷ୍ଟ ୪ରେ ଭିଲୱାଡାର ଏକ ଗାଁରେ ଯୁବତୀଙ୍କ ଅର୍ଦ୍ଧଧଗ୍ଧ ମୃତ ଶରୀର ମିଳିଥିଲା । ଅଧାପୋଡ଼ା ଶରୀର ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପରେ ଜଣାପଡ଼ିଥିଲା ଯେ ଏଠାରେ ଜଣେ ନାବାଳିକାକୁ କଥିତ ରୂପେ ହତ୍ୟା କରାଯାଇଥିଲା ଏବଂ ପରେ ଭିଲୱାଡା ଜିଲ୍ଲାର ଏକ ଗାଁରେ କୋଇଲା ଭାଟ୍ଟିରେ ଜାଳି ଦିଆଯାଇଥିଲା । ସ୍ଥାନୀୟ ଲୋକେ ଦାବି କରିଥିଲେ ଯେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ମଇଁଷି ଚରାଇବାକୁ ଯାଇଥିବା ବେଳେ ନାବାଳିକା ଜଣକ ନିଖୋଜ ହୋଇଥିଲା । ଅଭିଯୁକ୍ତମାନେ କଥିତ ରୂପେ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ ଏବଂ ପରେ ସେହି ରାତିରେ ତାର ଶରୀରରୁ ଜାଳି ଦେଇଥିଲେ ।

ଏହି ଜଘନ୍ୟ ଘଟଣା ଉପରେ ଜିଲ୍ଲା ଏପସି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁ ଦଣ୍ଡ ମିଳିବ, ତାହା ସୁନିଶ୍ଚିତ କରିବା ପାଇଁ ସବୁ ଉଦ୍ୟମ କରାଯିବ । ଏସପି କହିଛନ୍ତି, 'ଆମେ ଫାଷ୍ଟ-ଟ୍ରାକ୍ କୋର୍ଟ ମାଧ୍ୟମରେ ସବୁ ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁ ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରିବୁ । ଏହା ଜଘନ୍ୟରୁ ଅତି ଜଘନ୍ୟ ମାମଲା ଅଟେ'। ସେ କହିଛନ୍ତି ଏହି ଅପରାଧରେ ୧୦ ଜଣ ଅଭିଯୁକ୍ତ ସାମିଲ ଥିଲେ, ଯେଉଁଥିରେ ଛଅ ପୁରୁଷ ଏବଂ ଚାରି ମହିଳା ସାମିଲ ଥିଲେ ।

Also read: ନାରୀ ସୁରକ୍ଷା ନେଇ ନିଜ ସରକାରର ବିଫଳତା ଉପରେ ପ୍ରଶ୍ନ ଉଠାଇବାରୁ ସରକାରରୁ ବିଦା ହେଲେ ରାଜସ୍ଥାନ ମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.