କୃଷକଙ୍କ ଘୋଷଣା, ଆସନ୍ତାକାଲି ବସିବେ ଆମରଣ ଅନଶନରେ, ୨୫ ରୁ ୨୭ ପର୍ଯ୍ୟନ୍ତ ବନ୍ଦ କରିବେ ଟୋଲ୍ ପ୍ଲାଜା

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଏବେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ବିରୋଧ ପ୍ରଦର୍ଶନ କରୁଥିବା କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ଦିଲ୍ଲୀ ସୀମାରେ କୃଷକ ଡେରା ପକାଇଛନ୍ତି। କିଷାନ ସଂଗଠନ ସହିତ ଜଡିତ ନେତାଙ୍କ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ସରକାର  କୃଷି ଆଇନକୁ ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏହା ମଧ୍ୟରେ କୃଷକ ସଂଗଠନ ସୋମବାର ଗୋଟିଏ ଦିନ ଆମରଣ ଅନଶନରେ  ବସିବାକୁ ଘୋଷଣା କରିଛନ୍ତି। ଏଥିସହ ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ହରିୟାଣା ରାଜରାସ୍ତାରେ ଥିବା ଟୋଲ୍ ପ୍ଲାଜାରେ ପ୍ରଦର୍ଶନ କରିବେ। ଭାରତୀୟ କୃଷକ ସଂଗଠନର ନେତା ରାକେଶ ଟିକୈତ ଲୋକଙ୍କୁ ଡିସେମ୍ବର ୨୩ ଗୋଟିଏ ଦିନ ପାଇଁ ଉପବାସରେ ରହିବାକୁ ଅପିଲ୍ କରିଛନ୍ତି।

ସ୍ଵରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବ ସିଂଘୁ ବର୍ଡରରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୋମବାର ସମସ୍ତ ପ୍ରଦର୍ଶନୀସ୍ଥଳରେ କୃଷକ ଗୋଟିଏ ଦିନ ପାଇଁ ଆମରଣ ଅନଶନରେ ବସିବେ। ସେ ସମଗ୍ର ଦେଶରେ କୃଷି ଆଇନକୁ ବିରୋଧ କରୁଥିବା ଲୋକଙ୍କୁ ପ୍ରଦର୍ଶନସ୍ଥଳରେ ଗୋଟିଏ ଦିନ ଆମରଣ ଅନଶନ କରିବାକୁ ଆହ୍ଵାନ କରିଛନ୍ତି।

wp:html /wp:html

କୃଷକ ନେତା ଜଗଜିତ ସିଂହ ଡଲ୍ଲେଓ୍ଵାଲା କହିଛନ୍ତି, କୃଷକ ଡିସେମ୍ବର ୨୫ ରୁ ୨୭  ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ ରାଜପଥରେ ଟୋଲ୍‌ ପ୍ଲାଜାରେ ଟିକସ୍ ଆଦାୟ କରିବାକୁ ଦେବେ ନାହିଁ। କୃଷକ ନେତା ରାକେଶ ଟିକୈତ କହିଛନ୍ତି, ନୂତନ କୃଷି ଆଇନର ବିରୋଧ କରୁଥିବା କୃଷକ ଡିସେମ୍ବର ୨୩ରେ କୃଷକ ଦିବସ ପାଳନ କରିବେ। ସେ କହିଛନ୍ତି, ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ, ଏହି ଦିନ ସେମାନେ ଦ୍ଵିପ୍ରହରର ଖାଦ୍ୟ ରୋଷେଇ କରନ୍ତୁ ନାହିଁ।

ଜଗଜିତ ସିଂହ ଢଲ୍ଲେଓ୍ଵାଲା ସମସ୍ତ କୃଷକ ସମର୍ଥକଙ୍କୁ ଡିସେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ ସମୟରେ ଥାଳି ବଜାଇବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସମ୍ଵୋଧନ ଚାଲିଥିବା ସେ ପର୍ଯ୍ୟନ୍ତ ଥାଳି ବଜାଇ ଚାଲିଥିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.