ପ୍ରସିଦ୍ଧ ହରିରାଜପୁର ମେଳଣ ଆରମ୍ଭ; ମାର୍ଚ୍ଚ ୧୬ ଯାଏଁ ଚାଲିବ ଉତ୍ସବ
12/03/2023 at 7:54 PM

ଜଟଣୀ ୧୨/୦୩: ଜଟଣୀ ନିକଟସ୍ଥ, ଶ୍ରୀ ପଶ୍ଚିମ ଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁ ଦୋଳ ମେଳଣର ରବିବାର ଜଣାଣ ଆରମ୍ଭ ହୋଇଛି। ଆସନ୍ତା ମାର୍ଚ୍ଚ ୧୬ ଗୁରୁବାର ପର୍ଯ୍ୟନ୍ତ ଠାକୁରଙ୍କର ଏହି ମେଳଣ ଉତ୍ସବ ହେବ ବୋଲି ମେଳଣ କମିଟି ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୮୭ଟି ବିମାନରେ ଏଠାକୁ ଠାକୁର ଆସିବେ।
ସେହିପରି ରବବାର ବା ଆଜି ରାତିରେ ଆତଶବାଜୀ, ରୋଷଣୀ, ଢୋଲ, ଘଣ୍ଟ ସହ ପାରମ୍ପରିକ ବାଜାର ମହା ପଟୁଆରରେ ପ୍ରଭୁ ପଶ୍ଚିମଶମ୍ଭୁ ସୋମନାଥଦେବ ହରିରାଜପୁର ମେଳଣ ପଡିଆକୁ ବିଜେ କରିବେ ବୋଲି ଜଣାପଡ଼ିଛି। ଏହି ଉତ୍ସବ ୫ ଦିନ ଧରି ଚାଲିବାକୁ ଥିବା ବେଳେ ଚଳିତ ବର୍ଷ ଏଠାରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ହେବ ବୋଲି ଆଶା କରାଯାଇଛି।
Related Posts
୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27 March 2023