ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ମାରିଦେଲେ ପରିବାର ଲୋକ, ଅମାନୁଷିକ ଭାବେ କାଟି ଦେଲେ ଜିଭ

Published By : Prameya-News7 Bureau | January 16, 2023 IST

ନୀଳଗିରି: ଗୁଣି ଗରେଡି ସନ୍ଦେହର କରୁଣ ପରିଣତି।ଯୁବକଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ମାରି ପକାଇଲେ ପରିବାର ଲୋକେ।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଙ୍କୀଶୂଳ ଗାଁରେ ଘଟିଛି ଘଟଣା।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧିନ ଶିଆଡିମାଳ ପଞ୍ଚାୟତ ଅଧିନ ବାଙ୍କୀଶୂଳ ଗ୍ରାମର ଶ୍ୟାମସୁନ୍ଦର ସିଂ ତାଙ୍କ ପରିବାର ଲୋକ ସହ ବଚସା ହୋଇଥିଲା।ଶ୍ୟାମସୁନ୍ଦର ଆଜି ଦେଖିନେବ ବୋଲି କହିବା ଓ କିଛି ଦିନ ଆଗରୁ ପରିବାର ଲୋକେ ଅକସ୍ମାତ ମୃତ୍ୟୁବରଣ କରିବା ଘଟଣାକୁ ନେଇ ଶ୍ୟାମସୁନ୍ଦର ଗୁଣିଗାରେଡି କରିଥିବା ସନ୍ଦେହ ଉପୁଜିଥିଲା।ଏଭଳି ଅଭିଯୋଗ ଉଠାଇ ତାଙ୍କର ଦାଦାଙ୍କ ପୁଅ ମୀନକେତନ ସିଂ ଓ ଜନ୍ଦା ସିଂ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଜିଭକୁ କାଟି ପକାଇଥିଲେ।

ତେବେ ଘଟଣା ସ୍ଥଳରେ ଶ୍ୟାମସୁନ୍ଦରପୁର ମୃତ୍ୟବରଣ କରିଥିବା ବେଳେ ନୀଳଗିରି ଏସଡ଼ିପିଓ ରିତେଶ କୁମାର ମହାପାତ୍ର,ନୀଳଗିରି ଆଇଆଇସି ଗୋପାଳକୃଷ୍ଣ କର୍ଣ୍ଣ ଓ ଅନ୍ୟ ଅଧିକାରୀ  ପହଂଚି ଘଟଣାର ଛାନଭିନ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.