ନକଲି ଲେବର ଅଫିସର କହି ଲୁଟୁଥିଲେ, ଧରିଲେ ଗାଁ ଲୋକ
21/12/2022 at 8:58 PM

ବୈପାରୀଗୁଡା: ଦୁଇ ଯୁବକ ନିଜକୁ ଲେବର ଅଫିସର ପରିଚୟ ଦେଇ ଗାଁ ଲୋକଙ୍କ ନିକଟକୁ ଯାଇ ଲେବର କାର୍ଡ ତିଆରି କରି ଦେଉଥିଲେ ଏବଂ ଏଥିପାଇଁ ଟଙ୍କା ନେଉଥିଲେl ହେଲେ ସେହି ଲେବର କାର୍ଡ ଫେକ ବୋଲି ଜାଣିବା ପରେ ଗ୍ରାମବାସୀ ଦୁଇ ନକଲି ଲେବର ଅଫିସରଙ୍କୁ ଗାଁ ରେ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚିବା ପରେ ଦୁହିଁଙ୍କୁ ପୋଲିସ ଜିମାରେ ଦେଲେl ଏହିପରି ଏକ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଘଟିଛି l
ଗତ କିଛି ଦିନ ଧରି ଦୁଇ ଯୁବକ ନିଜକୁ ଲେବର ଅଫିସର ପରିଚୟ ଦେଇ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଂଚାୟତର ଝୁଲଣି ଗ୍ରାମରେ ପହଞ୍ଚିଥିଲେl ଆଉ ଲେବର କାର୍ଡ ତିଆରି ନିମନ୍ତେ ଟଙ୍କା ମଧ୍ୟ ନେଇଥିଲେ l ହେଲେ ଆଜି ଗାଁ ଲୋକଙ୍କୁ ତିଆରି କରି ଆଣିଥିବା ଲେବର କାର୍ଡ ଦେବା ପାଇଁ ଝୁଲଣିରେ ପହଞ୍ଚିଲେ l ସେମାନେ ନକଲି ଅଫିସର ବୋଲି ଜାଣିବା ପରେ ଗ୍ରାମବାସୀ ସେମାନଙ୍କୁ ଗାଁ ରେ ଅଟକ ରଖିଲେ ଆଉ ବୈପାରୀଗୁଡା ଥାନା ଆଇଆଇସି ଙ୍କୁ ଜଣାଇଲେ l ଥାନା ଆଇଆଇସି ଅଶ୍ୱନୀ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ନିଜ ହିପାଜିତକୁ ନେଇ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l