ପାପ ଓ ମୃତ୍ୟୁରେ ଏକାଠି, ଏକ କଳଙ୍କିତ ଅଧ୍ୟାୟର ଶେଷ...

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ୨୦/୩: ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ । ତିହାର ଜେଲ୍‌ରେ ସକାଳ ସାଢେ ୫ଟାରେ ଦୋଷୀ ମୁକେଶ, ବିନୟ, ପୱନ ଓ ଅକ୍ଷୟକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ପରେ ଏମାନଙ୍କ ମୃତଦେହ ଦିନଦୟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା। ଫାଶୀ ଦେବା ଆଗରୁ ଶେଷ ମୁହୁର୍ତ୍ତରେ ରାତି ଅଧରେ ଶୁଣାଣି କରିଥିଲେ ସୁପ୍ରିମ୍‌କୋର୍ଟ। ଆବେଦନକୁ ଖାରଜ କରିବା ପରେ ଫାଶୀ ପାଇଁ ରାସ୍ତା ପରିସ୍କାର ହୋଇଥିଲା। ଦୀର୍ଘ ୭ ବର୍ଷ ୩ ବର୍ଷ ଓ ୩ଦିନ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଲା ବୋଲି ପରିବାର ଲୋକେ କହିଛନ୍ତି ।

{"id":241591,"sizeSlug":"large"}

ଏକାଠି ମିଶି ଭୟଙ୍କର ପାପ କରିଥିଲେ। ଆଉ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିଲେ।  ଦିଲ୍ଲୀ ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ସକାଳ ୫ଟା ୩୦ ମିନିଟ୍‌ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ୪ ଦୋଷୀ ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା, ମୁକେଶ ସିଂକୁ ଫାଶୀ ଦିଆଯାଇଛି। ଫାଶୀ ପରେ ତିହାର ଜେଲ୍ ଆଗରେ ଲୋକେ ଖୁସି ମନାଇ ମିଠା ବାଣ୍ଟିଥିଲେ।  ଏତେ ବର୍ଷ ପରେ ନ୍ୟାୟ ମିଳିଲା ବୋଲି କହିଥିଲେ। ଫାଶୀ ପରେ ନିର୍ଭୟାଙ୍କ ମା ବାପା କହିଛନ୍ତି ବିଳମ୍ବରେ ହେଲେ ବି ନ୍ୟାୟ ମିଳିଛି।

{"id":241592,"sizeSlug":"large"}

ଦୋଷୀଙ୍କୁ ବଞ୍ଚାଇବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ଦୋଷୀଙ୍କ ଓକିଲ ଏ.ପି ସିଂ ଅଣ୍ଟା ଭିଡି ଦେଇଥିଲେ।  ଫାଶୀ ପୂର୍ବଦିନ  ଦିଲ୍ଲୀ ହାଇକୋର୍ଟରେ ଡେଥ୍‌ ୱାରେଣ୍ଟ ଅଟକାଇବାକୁ ଆବେଦନ କରିଥିଲେ । ହେଲେ କୋର୍ଟ କିଛି ଶୁଣିନଥିଲେ । ସେହିପରି ରାତି ଅଧରେ ଏ.ପି ସଂ ସୁପ୍ରିମ୍‌କୋର୍ଟଙ୍କ ଦ୍ବାର ବାଡେଇଥିଲେ ।

{"id":241594,"sizeSlug":"large"}

ହେଲେ ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତିହାର ଜେଲ୍‌ରେ ୪ ଦୋଷୀଙ୍କୁ ଏକାଠି ଫାଶୀ ଦିଆଯାଇଥିଲା। ଏହାପରେ ଦିନଦୟାଲ ହସ୍ପିଟାଲରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ମୃତଦେହ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

{"id":241593,"sizeSlug":"large"}

୪ ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ସମସ୍ତ ଆଇନ କାନୁନ ବିକଳ୍ପର ପୂରା ବ୍ୟବହାର କରିଥିଲେ । ହେଲେ ବି ଫାଶୀରୁ ବଞ୍ଚି ପାରିନଥିଲା । ୪ ଦୋଷୀଙ୍କ ଫାଶୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟକରି କହିଛନ୍ତି ନ୍ୟାୟର ଜୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.