ଆସିଲା ୩୦୦ କିମି କ୍ଷମତା ଥିବା ବୈଦ୍ୟୁତିକ ସ୍କୁଟର; କୃଜ କଣ୍ଟ୍ରୋଲ ସହିତ ରହିଛି ଏହି ସବୁ ଧୂଆଁଧାର ଫିଚର୍ସ...

Published By : Prameya-News7 Bureau | May 04, 2022 IST

ନୂଆଦିଲ୍ଲୀ ୦୪/୦୫ : ଚୀନ୍‌ରେ ଥିବା ବୈଦ୍ୟୁତିକ ଯାନ କମ୍ପାନୀ ହରୱିନ ତାର ନୂଆ ବୈଦ୍ୟୁତିକ ସ୍କୁଟର୍‌ ଏସକେ୩ (SK3) ର ନୂଆ ୨୦୨୨ ଏଡ଼ିସନ ଲଞ୍ଚ କରିଛି। ଏହି ସ୍କୁଟର ଥରକରେ ୩୦୦ କି.ମି. ଯିବାର କ୍ଷମତା ରଖିଛି। ଏସକେ୩ ର ପୁରୁଣା ମଡେଲ୍‌ ଯାହାକି ପୂର୍ବ ବର୍ଷ ଲଞ୍ଚ ହୋଇଥିଲା ତାର ମାତ୍ର ୮୦ କି.ମି. ଯିବାର କ୍ଷମତା ରହିଥିଲା। ହରୱିନ ଏହି ସ୍କୁଟରରେ ବହୁତ ସାରା ପରିବର୍ତ୍ତନ ଆଣିଛି ଫଳରେ ଏହା ୩୦୦ କି.ମି. ଯିବାର କ୍ଷମତା ରଖିଛି।

ଏହି ସ୍କୁଟରରେ ୨ ଟି ବ୍ୟାଟେରି ବ୍ୟବହାର କରାଗଲେ ଏହା ୩୦୦ କି.ମି. ଯାଉଥିବା ବେଳେ ଗୋଟିଏ ବ୍ୟାଟେରିରେ ଏହା ୧୬୦ କି.ମି. ଯାଇପାରିବ ବୋଲି ନିର୍ମାତା କମ୍ପାନୀ କହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଉପଲ଼ବ୍ଧ ଥିବା ବିଭିନ୍ନ ବୈଦ୍ୟୁତିକ ସ୍କୁଟର ତୁଳନାରେ ଏହାର କ୍ଷମତା ଅଧିକ ରହିଛି ।

ହରୱିନ ଏସକେ୩ (SK3) ନୂଆ ଏଡ଼ିସନ୍‌ର ଟପ୍‌ସ୍ପିଡ୍‌ ଘଣ୍ଟା ପ୍ରତି ୯୦ କି.ମି. ରହିଥିବା ବେଳେ ଏଥିରେ ୬.୩ କିଲୋ ୱାଟ୍‌ର ମୋଟର ରହିଛି ଯାହାକି ୬.୩ କିଲୋ ୱାଟ୍‌ ଆଉଟ୍‌ପୁଟ ଦେଇଥାଏ। ଏହାର ଫିଚର୍ସ କଥା କହିବାକୁ ଗଲେ ଏଥିରେ ଫୁଲ୍‌ ଟିଏଫଟି ଡିସପ୍ଲେ, ବ୍ଲୁଟୁଥ କନେକ୍ଟିଭିଟି, କି-ଲେସ୍‌ (ଚାବିକାଠି ବିହୀନ) ପାୱାର ସିଷ୍ଟମ ଓ କୃଜ କଣ୍ଟ୍ରୋଲ ରହିଛି। ଚୀନ୍‌ ବ୍ୟତିତ ହରୱିନ୍‌ ୟୁରୋପରେ ମଧ୍ୟ ଏସକେ୩ (SK3) ବୈଦ୍ୟୁତିକ ସ୍କୁଟର ବିକ୍ରି କରିଥାଏ। କିନ୍ତୁ ଏହି ସୁନ୍ଦର ଫିଚର୍ସ ଥିବା ବୈଦ୍ୟୁତିକ ଯାନଟି ଭାରତରେ ଏବେ ବିକ୍ରି ହେବାର ସମ୍ଭାବନା ପ୍ରାୟ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.