Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆଧାର କାର୍ଡ ସହ ଲିଙ୍କହେବ ଭୋଟର ପରିଚୟ ପତ୍ର, ଲୋକସଭାରେ ପାରିତହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍

20/12/2021 at 4:08 PM

ନୂଆଦିଲ୍ଲୀ ୨୦/୧୨ : ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଏହି ବିଲ୍‌ରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର । ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏ ନେଇ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଛି ।

ଲୋକସଭାରେ ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଆଧାର କାର୍ଡ ସହ ଭୋଟର ଆଇଡି କାର୍ଡ ଲିଙ୍କ ହେବାଫଳରେ ଜାଲ ମତଦାତାଙ୍କ ଉପରେ ଲଗାମ୍ ଲାଗିପାରିବ । ଗୃହରେ ବିଲ ଆଗତ ବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ତୃଣମୂଳ କଂଗ୍ରେସ, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ଏବଂ ଓଓ୍ବେସୀଙ୍କ AIMIM ଦଳ ତୀବ୍ର ବିରୋଧ କରିଥିଲେ । ଏହି ବିଲକୁ ଷ୍ଟାଣ୍ଡିଂ କମିଟି ନିକଟରେ ଦାଖଲ କରାଯିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।

   Related Posts