ନୂଆଦିଲ୍ଲୀ: ତେଲଙ୍ଗାନାରେ କଂଗ୍ରେସ ବଡ଼ ବିଜୟ ଆଡ଼କୁ ବଢୁଛି । ଏହାରି ଭିତରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ମୁଖ୍ୟ ରେବାନ୍ଥ ରେଡ୍ଡିଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ଡିଜିପି ଅଞ୍ଜନି କୁମାରଙ୍କୁ ମହଙ୍ଗା ପଡିଛି । ନିର୍ବାଚନ ଆୟୋଗ ରବିବାର ତାଙ୍କୁ ସସପେଣ୍ଡ କରିଛନ୍ତି । ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ତେଲଙ୍ଗାନା ଡିଜିପି ଅଞ୍ଜନି କୁମାର, ପୋଲିସ ନୋଡଲ ଅଫିସର ସଞ୍ଜୟ ଜୈନ ଓ ଅନ୍ୟ ଜଣେ ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ମୁଖ୍ୟ ରେବାନ୍ଥ ରେଡ୍ଡିଙ୍କୁ ଆଜି ଭେଟିଥିଲେ । ଏହି ସମୟରେ ପୋଲିସ ଡିଜିପି ଫୁଲ ଗୁଚ୍ଛ ଦେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ରବିବାର ସଂଧ୍ୟାରେ ଭାରତୀୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଓ ନିୟମ ଉଲ୍ଲଂଘନ ପାଇଁ ତେଲଙ୍ଗାନା ପୋଲିସ ଡିଜିଙ୍କୁ ନିଲମ୍ୱିତ କରିଛନ୍ତି ।
ପଢନ୍ତୁ: ‘ଭାରତକୁ ବିଜୟୀ କରିବାର ଅଛି…’: ତିନି ରାଜ୍ୟରେ ବିଜେପିର ବଡ଼ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ
ଉଲ୍ଲେଖଯୋଗ୍ୟ ଯେ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ରବିବାର ଆସିବ । ଏଥିରେ ତିନି-ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଡ଼ ବିଜୟ ହାସଲ କରୁଛି । ଅନ୍ୟପଟେ ତେଲଙ୍ଗାନାରେ କଂଗ୍ରେସ ସରକାର ଆସୁଛି । ରବିବାର ସଂଧ୍ୟା ୬ଟା ଯାଏ କଂଗ୍ରେସ ୬୬ ଆସନରେ ଆଗୁଆ ରହିଛି । ଏଥିରୁ ସେ ୨୭ ଆସନରେ ବିଜୟୀ ହୋଇଥିବା ବେଳେ ୩୭ ଆସନରେ ଆଗରେ ରହିଛି । ସେହିପରି ବିଆରଏସ ୩୯ ସିଟରେ ଆଗରେ ରହିଛି । ୧୩ ଆସନରେ ବିଜୟୀ ହୋଇଥିବା ବେଳେ ୨୬ ଆସନରେ ଆଗରେ ରହିଛି । ବିଜେପି ଆଠଟି ଆସନରେ ଆଗରେ ରହିଛି ।
Also Read: ୩ ରାଜ୍ୟରେ ପରାଜୟ ସ୍ୱୀକାର କଲା କଂଗ୍ରେସ: ରାହୁଲ ଗାନ୍ଧୀ କହିଲେ- ଜାରି ରହିବ ଆଦର୍ଶଗତ ବିଚାରଧାରାର ଲଢ଼େଇ