ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ; ସାନ ଭାଇର ଛୁରାମାଡ଼ରେ ବଡ଼ ଭାଇ ମୃତ

Published By : Prameya-News7 Bureau | September 02, 2022 IST

ଝାରସୁଗୁଡ଼ା ୦୨/୦୯: ସାନ ଭାଇର ଛୁରାମାଡ଼ରେ ଜୀବନ ହାରିଲେ ମଝିଆ ଭାଇ। ବଚସା ନେଲା ଉଗ୍ର ରୂପ। ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅଂଚଳରେ ଭାଇ ଭାଇ ମଧ୍ୟରେ ପାଟିତୁଣ୍ଡରୁ ଏପରି ଘଟଣା ଦେଖିବାକୁ ମିଳିଛି। କୌଣସି କଥାକୁ ନେଇ ସାନ ଭାଇ ଉମେଶ ଚୌହାନ ଏବଂ ମଝିଆ ଭାଇ ସୁମେଶ ଚୌହାନଙ୍କ ଭିତରେ  ଶୁକ୍ରବାର ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା।

ଫଳରେ ସାନଭାଇ ଉମେଶ ଚୌହାନ ସୁମେଶଙ୍କର ଜଙ୍ଘ ପାଖରେ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ।ଫଳରେ ସୁମେଶ ଗୁରୁତର ହୋଇଥିଲେ lତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l  ଏପରି ହତ୍ୟାକାଣ୍ଡ ଓରିଏଣ୍ଟ ଥାନା ଅନ୍ତର୍ଗତ ବାବାମଠିଆରେ ଘଟିଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.