Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁରରେ ଦେଖିବାକୁ ମିଳିଲା ଅମିତ୍ ଶାହାଙ୍କ ଅପିଲ୍‌ର ପ୍ରଭାବ, ବିପୁଳ ମାତ୍ରାରେ ହତିଆର ଥାନାରେ ଜମା କଲେ ଲୋକେ

2/06/2023 at 5:18 PM

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଅପିଲ୍‌ର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଲୋକେ ଲୁଟିଥିବା ବିପୁଳ ମାତ୍ରାରେ ହତିଆର ଏବଂ ଗୋଳା-ବାରୁଦ ପୋଲିସ ନିକଟରେ ଜମା କରୁଛନ୍ତି। ମଣିପୁର ପୋଲିସ ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅପିଲ୍ ପରେ ମଣିପୁରରେ ଅଲଗା-ଅଲଗା ଥାନାରେ ୧୪୦ ହତିଆର ଜମା କରାଗଲାଣି।

ପୂର୍ବୋତ୍ତର ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ୪ ଦିନିଆ ଗସ୍ତ ସମାପ୍ତ ପରେ ଅମିତ୍ ଶାହା ରାଜଧାନୀ ଦିଲ୍ଲୀ ଫେରି ଯାଇଛନ୍ତି। ଦିଲ୍ଲୀ ଆସିବା ପୂର୍ବରୁ ସେ ସମଗ୍ର ରାଜ୍ୟରେ ଦୁଇ ସମୁଦାୟର ପ୍ରତିନିଧିଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି। ରାଜ୍ୟରେ ଯେଉଁମାନଙ୍କ ନିକଟରେ ହତିଆର ଅଛି ସେମାନେ ନିକଟସ୍ଥ ଥାନାରେ ଜମା କରିବାକୁ ଶାହା ଅପିଲ୍ କରିଥିଲେ।

Shah Likely To Chair All-Party Meeting In Manipur | Nation

ଶାହାଙ୍କ ଅପି୍ଲର ୨୪ ଘଣ୍ଟା ଭିତରେ ବିପୁଳ ମାତ୍ରାରେ ହତିଆରକୁ ଲୋକେ ଥାନାରେ ଜମା କରାଇଛନ୍ତି। ମଣିପୁର ପୋଲିସ କହିଛନ୍ତି, ଜମା କରାଯାଇଥିବା ୧୪୦ ହତିଆରରେ ଏସଏଲଆର ୨୯, କାର୍ବାଇନ, ଏକେ, ଇନସାସ୍ ରାଇଫଲ୍, ଇନସାସ ଏଲଏମଜି, ୩୦୩ ରାଇଫଲ୍, ୯ ଏମଏମ ପିସ୍ତଲ, ୩୨ ପିସ୍ତଲ, ଏମ ୧୬ ରାଇଫଲ୍, ସ୍ମୋକ ଗନ ଏବଂ ଲୁହବୁହା ଗ୍ୟାସ୍, ସ୍ଥାନୀୟ ନିର୍ମିତ ପିସ୍ତଲ, ଷ୍ଟେନ ଗନ, ମୋଡିଫାଇଡ୍ ରାଇଫଲ୍ ଏବଂ ଗ୍ରେନେଡ ଲଞ୍ଚର ରହିଛି।

Judicial panel to probe violence in Manipur: Amit Shah | India News,The  Indian Express

ଉଲ୍ଲେଖଯୋଗ୍ୟ, ସେନା ଏବଂ ପୋଲିସ ହିଂସା ପ୍ରଭାବିତ ମଣିପୁରରେ ଶସ୍ତ୍ରାଗାରରୁ ଲୁଟ୍ ହୋଇଥିବା ହତିଆର ଜବତ କରିବା ପାଇଁ ତଲାସି ଅଭିଯାନ ଚଳାଇଛନ୍ତି। ଅଧିକାରୀ କହିଛନ୍ତି ଡ୍ରୋନ ଦ୍ଵାରା ସ୍ଥିତି ନୀରିକ୍ଷଣ କରାଯିବା ସହ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଛି। ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ହତିଆର ପୁନର୍ବାର ଫେରାଇ ଆଣିବା ପାଇଁ ଆବଶ୍ୟକ ପଡ଼ିଲେ ବଳ ମଧ୍ୟ ପ୍ରୟୋଗ କରାଯିବ। ଯବାନଙ୍କୁ ଦୁଇ ହିଂସାଗ୍ରସ୍ତ ସମୁଦାୟ ମଧ୍ୟରେ ସଂପୂର୍ଣ୍ଣ ନିରବ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Can you read- କେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ବଦଳିଲେ ମଣିପୁର ପୋଲିସ ମୁଖିଆ, ରାଜୀବ ହିଂ ହେଲେ ନୂଆ ଡିଜିପି

   Related Posts