ସୂର୍ଯ୍ୟଙ୍କୁ ପରିକ୍ରମା କରୁନି ପୃଥିବୀ! ରହସ୍ୟ ଉପରୁ ପର୍ଦ୍ଦା ହଟାଇଲେ NASA

Published By : Prameya-News7 Bureau | July 13, 2024 IST

ୱାସିଂଟନ ୧୩।୭: ସ୍କୁଲରେ ଆମକୁ ପଢାଯାଉଥିଲା ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି, ଏଣୁ ଦିନ ରାତି ହେଉଛି ଓ ଋତୁ ବଦଳୁଛି। ହେଲେ ଏହି କଥାକୁ ଯଦି ଆମେ ବୈଜ୍ଞାନିକଙ୍କ ଭାଷାରେ ବୁଝିବାକୁ ଚେଷ୍ଟା କରିବା ବାସ୍ତବରେ ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରୁ ନାହିଁ। ଏପରି କାହିଁକି ଓ ଏଥିରେ କେତେ ସତ୍ୟତା ରହିଛି ଏ କଥା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ‘ନାସା’ ବୁଝାଇ ଦେଇଛନ୍ତି। ନାସାଙ୍କ ଅନୁସାରେ ସୌରମଣ୍ଡଳରେ ବର୍ତ୍ତମାନ ପୃଥିବୀର ଗତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏଥିରୁ ଆମେ ଜାଣି ପାରିବା ଯେ ଆମର ଗ୍ରହ ଏବେ ସୂର୍ଯ୍ୟଙ୍କ ଚାରିପଟେ ବୁଲୁ ନାହିଁ। 

ସୌରମଣ୍ଡଳରେ ସୂର୍ଯ୍ୟ ସବୁଠୁ ବଡ଼ ପିଣ୍ଡ ଓ ଏହାର ଓଜନ ବୃହସ୍ପତି ଗୃହଙ୍କଠାରୁ ୧,୦୪୮ ଗୁଣାରୁ ବି ଅଧିକ। ଏଣୁ କୌଣସି ଖଗୋଳିୟ ବସ୍ତୁ ଉପରେ ପୃଥିବୀର ପଡୁଥିବା ଗୁରୁତ୍ୱାକର୍ଷଣର ପ୍ରଭାବ ସମାନ ଅଥବା କମ ମନେ କରାଯାଏ। ନାସା କେପଲରଙ୍କ ତୃୀତୟ ନିୟମର ଉଦାହରଣ ଦେଇ କହିଛନ୍ତି ଜଣେ ଜଣକର ଚତୁପାର୍ଶ୍ୱରେ ଘୁରୁଥିବା ଦୁଇଟି ବସ୍ତୁର ଭାର ଓ କକ୍ଷ ମଧ୍ୟରେ ସମ୍ପର୍କକୁ ସୂଚିତ କରିଥାଏ। ଭାବନ୍ତୁ ଗୋଟିଏ ବଡ ତାରା କକ୍ଷରେ ଏକ ଛୋଟ ତାରା ବଡ଼ ତାରାକୁ ପରିକ୍ରମା କରୁଛି,ଉଭୟ ତାରା ବାସ୍ତବରେ ଏକ ସାମାନ୍ୟ କେନ୍ଦ୍ରର ଚତୁପାର୍ଶ୍ୱରେ ଘୁରୁ ଥାନ୍ତି। ଯାହାକୁ ବାରିସେଣ୍ଟର ବା କୈନ୍ଦ୍ରକ କୁହାଯାଏ। 

ଏଣୁ ପୃଥିବୀ ସୂର୍ଯ୍ୟଙ୍କୁ ନୁହେଁ ଏକ ବାରିସେଣ୍ଟର ଚତୁପାର୍ଶ୍ୱରେ ଘୁରି ବୁଲୁଛି। ସାଧାରଣତଃ ସୌର ମଣ୍ଡଳରେ  ବସ୍ତୁର ବାରରିସେଣ୍ଟର ସୂର୍ଯ୍ୟଙ୍କ ପାଖରେ ରହିଛି। ହେଲେ ଏହାର ନିଜର ଓଜନ ଓ ବୃହସ୍ପତି ଏବଂ ଶନି ପରି ବିଶାଳ ଗ୍ରହ ଓ କକ୍ଷପଥ ପ୍ରଭାବରେ ଏହା କ୍ୱଚିତ ସୂର୍ଯ୍ୟ ଭିତରେ ଦେଖାଯାଏ। ଏହି କାରଣରୁ ବାରିସେଣ୍ଟର ବର୍ତ୍ତମାନ ସୂର୍ଯ୍ୟ ବାହାରେ ଓ ପୃଥିବୀ ଏହା ଚାରିପଟେ ଘୁରୁ ନାହିଁ। ଏଣୁ ପୃଥିବୀ ଅନ୍ତରୀକ୍ଷରେ ଏକ ବିନ୍ଦୁର ଚତୁପାର୍ଶ୍ୱରେ ବୁଲୁଛି ସୂର୍ଯ୍ୟଙ୍କ ଚାରିପଟେ ନୁହେଁ ବୋଲି ବୈଜ୍ଞାନିକ କହିଛନ୍ତି। 

ଜ୍ୟୋତିର୍ବିଦ ତଥା ବିଜ୍ଞାନ ସଞ୍ଚାରକ ଜେମ୍ସ ଓ’ ଡନଗୁ କହିଛନ୍ତି ଯେ ସାଧାରଣତଃ ଗ୍ରହମାନେ ସୂର୍ଯ୍ୟଙ୍କ ଚତୁପାର୍ଶ୍ୱରେ ଘୁରି ବୁଲନ୍ତି । କିନ୍ତୁ ବୃହସ୍ପତିଙ୍କ ଭାରି ପ୍ରଭାବ ହେତୁ ଗ୍ରହମାନେ ମହାକାଶରେ ଏକ ନୂତନ ବିନ୍ଦୁରେ ଘୁରିବା ଉଚିତ। ବୈଜ୍ଞାନିକମାନେ କେବଳ ଏହି ଜିନିଷକୁ ସଠିକ ଓ ବାସ୍ତବ ଭାବେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.