scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ପାର୍ବଣ ଋତୁରେ ୧ ଲକ୍ଷ ଚାକିରି ଅବସର ଦେବ ଏହି ଇ-କମର୍ସ କମ୍ପାନି, ଗ୍ରାହକଙ୍କୁ ହେବ ସୁବିଧା

5/09/2023 at 4:53 PM

ନୂଆଦିଲ୍ଲୀ: ଆସନ୍ତା ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରତିବର୍ଷ ପାର୍ବଣ ପାଇଁ ୩-୪ ମାସରେ ଧରି ନ୍ଦୈନନ୍ଦିନ ସାମଗ୍ରୀ ଠାରୁ ଆରମ୍ଭ କରି ଯାନବାହନ ଚାହିଦା ବଢ଼ିଥାଏ। ଏହି କାରଣରୁ ଦୋକାନୀ ହୁଅନ୍ତୁ ଅବା କମ୍ପାନି, ପାର୍ବଣ ଋତୁ ପାଇଁ ଖାସ୍ ପ୍ରସ୍ତୁତି କରିଥାନ୍ତି । ଇ-କମର୍ସ କମ୍ପାନିମାନେ ମଧ୍ୟ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ପ୍ରସ୍ତୁତି କରିଥାନ୍ତି। ଏହା ସହ ଅଧିକରୁ ଅଧିକ ବିକ୍ରି ବଢ଼ାଇବାକୁ ପ୍ରୟାସ କରିଥାନ୍ତି।

ଭାରତୀୟ ଇ-କମର୍ସ କମ୍ପାନିଙ୍କ କଥା କହିଥିଲେ ଆମାଜନ, ଫ୍ଲିପ୍‌କାର୍ଟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହି ସମୟରେ ସେଲ୍‌ର ଆୟୋଜନ କରିଥାନ୍ତି। ଏଥର ପାର୍ବଣ ପାଇଁ ମଧ୍ୟ ଉଭୟ କମ୍ପାନି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଗୋଟିଏ ପଟେ ଯେଉଁଠି ସେଲ୍‌ ମାଧ୍ୟମରେ ଯେଉଁଠି ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍‌ ମିଳିଥାଏ। ଅନ୍ୟପଟେ ବଡ଼ ଆକାରରେ ରୋଜଗାର ଅବସର ମଧ୍ୟ ସୃଷ୍ଟି ହୋଇଥାଏ ।

ଆହୁରି ପଢ଼ନ୍ତୁ: ଆସନ୍ତା ୬ ମାସ ମଧ୍ୟରେ ଦେଶରେ ବହୁ ସଂଖ୍ୟାରେ ନିଯୁକ୍ତି ଦେବେ କମ୍ପାନୀ, ଦରମା ବି ବଢ଼ିବ: ସର୍ଭେ ରିପୋର୍ଟ

ତେବେ ଆଗାମୀ ପାର୍ବଣ ଋତୁରେ ସେଲ୍‌ ସମୟରେ କମ୍ପାନିର ୧ ଲକ୍ଷ ଅବସର ସୃଷ୍ଟି ହେବାକୁ ଯାଉଥିବା କହିଛି ଫ୍ଲିପ୍‌କାର୍ଟ। କମ୍ପାନି ଅନୁଯାୟୀ ଆସନ୍ତା ବିଗ୍‌ ବିଲିୟନ ଡେରେ ୧ ଲକ୍ଷ ଲୋକଙ୍କୁ ଚାକିରି ଦେବ। ଏହି ରୋଜଗାର ଅବସର ପୁରାଦେଶ ପାଇଁ ରହିଛି। ଏଥିରେ ରୋଜଗାରର ପ୍ରତ୍ୟକ୍ଷ ସହ ପରୋକ୍ଷ ଅବସର ସାମିଲ୍‌ ରହିଛି। କମ୍ପାନି ଦ୍ବାରା ସୃଷ୍ଟି ହେବାକୁ ଥିବା ଏହି ଚାକିରି ଅବସର ମଧ୍ୟରେ ଯୋଗାଣ ଚେନ୍‌, ଫୁଲଫିଲମେଣ୍ଟ ସେଣ୍ଟର, ଡେଲିଭରି ହବ୍‌ ଆଦିରେ ଲୋକଙ୍କ କାମ କରିବାକୁ ଅବସର ମିଳିବ। ଏଥିପାଇଁ କମ୍ପାନି ଏବେଠାରୁ ହଜାର ହଜାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି। ଏହା ସହ ସବୁ ଅଞ୍ଚଳରେ ଠିକ୍‌ ସମୟରେ ଡେଲିଭରି ମିଳିପାରିବା ନେଇ ମଧ୍ୟ କମ୍ପାନି କହିଛି।

   Related Posts