ଭକ୍ତଙ୍କ ନିମନ୍ତେ ବନ୍ଦ ହେଲା କେଦାରନାଥଙ୍କ କବାଟ, ଜାଣନ୍ତୁ ପୁଣି ଖୋଲିବ କେବେ?

Published By : Prameya-News7 Bureau | November 15, 2023 IST

ଉଖିମଠ ୧୫।୧୧: ବିଶ୍ୱ ପ୍ରଶିଦ୍ଧ କେଦାରନାଥଧାମର କବାଟ  ୧୫ ନଭେମ୍ବର ମଙ୍ଗଳବାର ବନ୍ଦ ହୋଇଛି। ଏବେ ବାବାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ୬ ମାସ ଅପେକ୍ଷା କରିବାକୁ ହେବ। ଗର୍ଭ ଗୃହରେ ବିଧିବିଧାନର ପୂର୍ବକ ସମାଧି ପୂଜା ପରେ ମନ୍ଦିରର କବାଟ ବନ୍ଦ କରାଯାଇଛି।  ବାବା କେଦାରଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥାଏ। ଏହି ମନ୍ଦିର ସହିତ ଶିବ ଭକ୍ତଙ୍କ ଗଭୀର ଅସ୍ଥା ରହିଛି। ତେବେ ପ୍ରତ୍ୟେକବର୍ଷ ଭାଇଦୁଜ୍ ଦିନ ଶୀତକାଳ ନିମନ୍ତେ କେଦାରନାଥଙ୍କ କବାଟ ବନ୍ଦ କରିଦିଯାଏ।

କେଦାରନାଥଙ୍କ ମନ୍ଦିରର କବାଟ ବନ୍ଦ ହେବା ପରେ ଭକ୍ତମାନେ ବାବାଙ୍କୁ ଉଖୀମଠର ଓଁକାରେଶ୍ୱର ମନ୍ଦିରରେ ଦର୍ଶନ କରିପାରିବେ। କେଦାରନାଥଙ୍କ ମନ୍ଦିରର କବାଟ ବନ୍ଦ ହେବା ପରେ ବାବା କେଦାରନାଥଙ୍କ ପଞ୍ଚମୁଖୀ ଡୋଲିକୁ ଉଖୀମଠର ଓଁକାରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଧୁମଧାମରେ ନିଆଯାଇଥାଏ। ଏହା ପରଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ ଓଁକାରେଶ୍ୱର ମନ୍ଦିରରେ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ କେଦାରନାଥଙ୍କ ମନ୍ଦିର ଖୋଲିବା ଓ ବନ୍ଦ ହେବାର ଏକ ତିଥି ନିର୍ଦ୍ଧାରିତ ହୋଇରହିଛି। ଏହି ତିଥିରେ ମନ୍ଦିରର କବାଟ ଖୋଲା ଓ ବନ୍ଦ ହୁଏ।

{"id":870111,"sizeSlug":"full","linkDestination":"none"}

ଧାର୍ଯ୍ୟ ତିଥି ଅନୁସାରେ ଭାଇଦୁଜ ଅର୍ଥାତ ଦିପାବଳୀର ଦୁଇ ଦିନ ପରେ  କେଦାରନାଥଙ୍କ କବାଟ ବନ୍ଦ ହୁଏ। କାରଣ ଏହି ଦିନରୁ ଦେଶରେ ଶୀତ ଋତୁ ଅନୁଭୂତ ହୁଏ। ଏଣୁ ଏହି ସମୟରେ ହିମାଳୟ ଅଞ୍ଚଳରେ ଅବସ୍ଥାନ କରିବା ସମ୍ଭବ ହୋଇନଥାଏ। କାରଣ ଶୀତ ଋତୁରେ ହିମାଳୟରେ ଭୀଷଣ ହୀମପାତ ହୋଇଥାଏ। ଏହି କାରଣରୁ ଭାଇଦୂଜରୁ କେଦାରନାଥଙ୍କ ଦର୍ଶନ ଅଟକାଇ ଦିଆଯାଏ। ମନ୍ଦିରର କବାଟ ଆଗାମୀ ୬ ମାସ ପର୍ଯ୍ୟନ୍ତ ବନ୍ଦ ରହିବ।

୨୦୨୪ରେ କେଦାରନାଥଙ୍କ କବାଟ ଏପ୍ରିଲ ୨୫ ତାରିଖରେ ଖୋଲିବ। ଉଲ୍ଲେଖଯୋଗ୍ୟ ଯେ ମନ୍ଦିରର କବାଟ ଖୋଲା ହେବାର ନିଷ୍ପତ୍ତି ପୂଜାରୀଙ୍କ ଦ୍ୱାରା ଅକ୍ଷୟ ତୃତୀୟାରେ ହୋଇଥାଏ। ଯାହାର ଘୋଷଣା ମହାଶିବରାତ୍ରିର ପବିତ୍ର ଅବସରରେ କରାଯାଏ। ଚଳିତବର୍ଷ ବାବା କେଦାରନାଥଙ୍କ କବାଟ ୨୫ ଏପ୍ରିଲ ୨୦୨୩ରେ ଖୋଲିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.