ଭାଲୁ କବଳରୁ ବଞ୍ଚାଇଲା କୁକୁର; ମୃତ୍ୟୁମୁଖରୁ ରକ୍ଷା ପାଇଲେ ଯୁବକ
5/07/2022 at 8:49 PM

ଆନନ୍ଦପୁର ୦୫/୦୭ : ଜଙ୍ଗଲ ପାଖରେ ଗୋରୁ ଚରାଇବା ବେଳେ ଜଣେ ଯୁବକଙ୍କୁ ଭାଲୁ କବଳରୁ ରକ୍ଷା କରିଛି କୁକୁର। ଭାଲୁ ଆକ୍ରମଣ କରିବା ସମୟରେ କୁକୁର ପହଞ୍ଚିଯାଇ ଭାଲୁ ପଛପଟେ ଭୁକିବାରୁ ଗାଈ ଚରାଳିଙ୍କୁ ଛାଡି ଭାଲୁଟି ଭୟରେ ଜଙ୍ଗଲକୁ ପଳାଇଥିଲା। ଫଳରେ ମୃତ୍ୟୁ ମୁଖରୁ ଗାଈ ଚରାଉଥିବା ଯୁବକ ଜଣଙ୍କ ରକ୍ଷା ପାଇଛନ୍ତି।
ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ସୀମାନ୍ତ ମହୁଲଡିହା ଥାନା ଚାଉଳଝରି ଗାଁ ରେ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣ ଯୋଗୁଁ ଗୋଡରେ ଗଭୀର ଆଘାତ ଲାଗିଥିବା ଗାଇଚରାଳି ଯୁବକ ଦୁଖିଆ ମୁର୍ମୁଙ୍କୁ ସ୍ଥାନୀୟ ଲୋକେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଉନ୍ନତ ଚିକିତ୍ସାପାଇଁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରୁ କଟକ ଏସସିବି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Related Posts
ଜଙ୍ଗଲରୁ ଚାଲି ଆସି ଗାଁ ଭିତରେ ପଶିଗଲେ ୩ ଭାଲୁ, ଲୋକେ ଆତଙ୍କିତ
10 August 2022