ପୋଷା କୁକୁରଟି ରାତି ସାରା ନିଜ ମାଲିକଙ୍କୁ ଚାହିଁ ରହିଥିଲା, ପ୍ରକୃତ କାରଣ ଜାଣିଲେ ଆପଣଙ୍କ ଆଖିରୁ ବାହାରି ଆସିବ ଲୁହ, ପଢ଼ନ୍ତୁ ପୂରା କାହାଣୀ

Published By : Prameya-News7 Bureau | October 29, 2019 IST

ଦୁନିଆରେ ସବୁଠୁ ଅଧିକ ବିଶ୍ବସ୍ତ ହେଉଛନ୍ତି ପାଳିତ ପଶୁ। ଅଧିକାଂଶ ସମୟରେ ଆପଣ ଶୁଣିଥିବେ ପାଳିତ ପଶୁ ନିଜ ମାଲିକଙ୍କ ଜୀବନ ରକ୍ଷା କରିଛି। ଏପରିକି ବାପା-ମାଆମାନେ ପାଳିତ ପଶୁ ପାଖରେ ନିଜ ପିଲାଙ୍କୁ  ଛାଡ଼ି ବିନା ଚିନ୍ତାରେ ନିଜ ନିଜର କାର୍ଯ୍ୟ କରିଥାଆନ୍ତି। କାହିଁକି ନା ପାଳିତ ପଶୁ ଉପ​‌ରେ ସେମାନଙ୍କର ସେତିକି ବଶ୍ବାସ ଥାଏ।

କୁହାଯାଏ ମଣିଷ ବିଶ୍ବାସଘାତକତା କରିପାରେ,  ହେଲେ ପାଳିତ ପଶୁପକ୍ଷୀ ନିଜ ମାଲିକଙ୍କୁ ଠକି ନ ଥାଆନ୍ତି। ଯେଉଁ ପରିବାର ସେମାନଙ୍କୁ ଖାଇବାକୁ ଦିଏ ତାଙ୍କ ଋଣ ସୁଝିବା  ପାଇଁ ସେମାନେ ଚେଷ୍ଟା କରି ଥାଆନ୍ତି। ଆଜି ଏମିତି ଏକ ଘଟଣା ସଂପର୍କରେ ଆମେ କହିବୁ ଯାହା ହୁଏତ ଆପଣ ନିଜ ଆଖାପାଖରେ ଲକ୍ଷ୍ୟ କରିଥିବେ।

 ଗୋଟିଏ ପାଳିତ କୁକୁର ବା ଶ୍ବାନ ରାତି  ତମାମ ତା ମାଲିକଙ୍କୁ ଚାହିଁ ରହିଥିଲା। ଆପଣ ଭାବୁଥିବେ ରାତିରେ କୁକୁର ଶୋଇ ନଥିବ ସେଥିଲାଗି ଚାହିଁଥିବ। କିନ୍ତୁ କୁକୁର ରାତି ସାରା ଅନିଦ୍ରା ହୋଇ ନିଜ ମାଲିକଙ୍କୁ ଚାହିଁ ରହିବାର ପ୍ରକୃତ କାରଣ ଅନ୍ୟ କିଛି ଥିଲା। ପାଳିତ ପଶୁପକ୍ଷୀଙ୍କ ମନ କଥା ବୁଝି ପାରୁଥିବା କୁକୁର ମାଲିକଙ୍କ କହିବା ଅନ୍ୟ କିଛି ଥିଲା। ଆସନ୍ତୁ ଏହି ପାଳିତ କୁକୁରର ମାଲିକ କ’ଣ କହୁଛନ୍ତି ଜାଣିବା।

ଜଣେ ବ୍ୟକ୍ତି ପ୍ରତିଦିନ ଯିବା, ଆସିବା ସମୟରେ ରାସ୍ତାରେ ଗୋଟିଏ କୁକୁର ସହ ଦେଖା ହୁଏ। ସେହି ବ୍ୟକ୍ତି ପ୍ରତିଦିନି କିଛି ନା କିଛି ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦିଅନ୍ତି। ଦିନେ ବ୍ୟକ୍ତି ନିଜ ପରିବାର ସାଙ୍ଗରେ ସେହି ରାସ୍ତାରେ ଯିବା ସମୟରେ କୁକୁରଟି ତାଙ୍କ ଡ୍ରେସକୁ ଦାନ୍ତରେ କାମୁଡି ଧରିଲା।

 ହୃଦୟବାନ ଏହି ବ୍ୟକ୍ତି କୁକୁରକୁ ସାଙ୍ଗରେ ନିଜ ଘରକୁ ନେଇ ଆସିଥିଲେ। ଏମିତି କିଛି ଦିନ ରହିବା ପରେ କୁକୁର ସହ ମାଲିକଙ୍କ ସମେତ ତାଙ୍କ ପରିବାର ସହ ନିବିଡ଼ ସଂପର୍କ ହୋଇଗଲା। ମାଲିକ ରାତିରେ ଶୋଇବା ସମୟରେ ଗ୍ରିଲ୍ ଦେଇ ଶୋଇ ଥାଆନ୍ତି। କିନ୍ତୁ ପାଳିତ କୁକୁରଟି ଗ୍ରିଲରେ ଥିବା ଛୋଟ ଫାଙ୍କରେ ନିଜ ମାଲିକଙ୍କୁ ରାତି ସାରା ଚାହିଁ ରହିଥାଏ।

କିନ୍ତୁ କୁକୁର ପ୍ରତିଦିନ ରାତିରେ ମାଲିକଙ୍କୁ ଜଗି ରହିବା କଥା ସେ ଜାଣି ନଥିଲେ। କୁକୁର ଏପରି ହରକତ ଦେଖି ତାର ଦେହ ଖରାପ ହେବ ବୋଲି ମାଲିକ ଭାବି ଥିଲେ। କୁକୁରକୁ ଯେଉଁଠୁ ଆଣିଥିଲେ ସେଇଠି ଛାଡ଼ି ଦେବା ଲାଗି ସେ ମନସ୍ତ କରିଥିଲେ।

କିଛି ଦିନ ପରେ କୁକୁରର ପ୍ରକୃତ ମାଲିକ ଆସି ପହଞ୍ଚିଥିଲେ। ତାଙ୍କ କୁକୁରକୁ କାହିଁକି ଆଣିଛ ବୋଲି ଉକ୍ତ ବ୍ୟକ୍ତିଙ୍କୁ ସେ ପ୍ରଶ୍ନ କରିଥିଲେ। ବ୍ୟକ୍ତି ଉତ୍ତରରେ କହିଥିଲେ ରାସ୍ତାରେ ବୁଲିଥିବା ଦେଖି ସେ ତାକୁ ନେଇ ଆସିଥିଲେ। ବ୍ୟକ୍ତି ଜଣକ ବି କୁକୁରର ପୁରୁଣା ମାଲିକଙ୍କୁ ପ୍ରଶ୍ନ କରିଥିଲେ ଯଦି ଆପଣଙ୍କ କୁକୁର ତା ହେଲେ ଛାଡ଼ି ଦେଇଥିଲା କାହିଁକି। କୁକୁରର ପୁରୁଣା ମାଲିକ ଉତ୍ତର କହିଥିଲେ ପ୍ରତିଦିନ ରାତିରେ ନ ଜଗି ଶୋଇ ପଡିବାରୁ ସେ କୁକୁରକୁ ବାଡ଼େଇ ଥିଲେ ଏବଂ ୫/୬ ଦିନ ଖାଇବାକୁ ଦେଇନଥିଲେ। ସେଥିଲାଗି ସେ ଘର ଛାଡ଼ି ରାସ୍ତାରେ ବୁଲୁଥିଲା।

କୁକୁରଟି ରାତି ସାରା ନ ଶୋଇ କାହିଁକି ଚାହିଁ ରହେ ତାର ମାନେ ସେ ବୁଝି ଯାଇଥିଲେ। ବ୍ୟକ୍ତିଙ୍କ ଆଖିରୁ ଠପ୍‌ ଠପ୍ ହୋଇ ଲୁହ ଗଢ଼ି ଆସିଥିଲା। ୟାର ମାନେ ହେଲା ଯଦି ରାତିରେ କୁକୁର ଶୋଇ ପଡ଼ିବ ତେବେ ପୁରୁଣା ମାଲିକ ଭଳି ନୂଆ ମାଲିକ ତାକୁ ବାଡ଼େଇବା ସହ ଖାଇବାକୁ ଦେବ ନାହିଁ। ସେଥିଲାଗି କୁକୁର ରାତି ସାରା ନିଜ ମାଲିକଙ୍କୁ ଗ୍ରିଲ ଫାଙ୍କରେ ଚାହିଁ ରହୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.