ନୂଆଦିଲ୍ଲୀ ୧୪/୦୭ : ଡିଏମକେ ସାଂସଦ ଦୟାନିଧି ମାରନ ନିଜର ଏକ ବିମାନ ଯାତ୍ରାର ଅନୁଭୂତିକୁ ମନେ ପକାଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ମାରନ ଏହାର ନାମ ରଖିଛନ୍ତି, 'ଏକ ସ୍ମରଣୀୟ ବିମାନ ଯାତ୍ରା'। ଏହି ଯାତ୍ରା ଡିଏମକେ ସାଂସଦଙ୍କ ପାଇଁ ସ୍ମରଣୀୟ ହୋଇପାରିଛି କାରଣ ଏହି ବିମାନର ପାଇଲଟ ଥିଲେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି। ପାଇଲଟଙ୍କ ପୋଷାକରେ ସେ ରାଜୀବ ରୁଡିଙ୍କ ଫଟୋ ସେୟାର କରି ତାଙ୍କୁ ପ୍ରଶଂସା କରିଛନ୍ତି। ଘଟଣା ଜୁଲାଇ ୧୩ ତାରିଖର। ମାରନ କହିଛନ୍ତି ଯେ ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର 6E864 ରେ ଯାତ୍ରା କରୁଥିଲେ।
ମାରନ ଲେଖିଛନ୍ତି, 'ମୁଁ ସଂସଦୀୟ ଅନୁମାନ କମିଟି ବୈଠକରେ ଯୋଗ ଦେବାପରେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ 6E864 ଯାତ୍ରା ଆରମ୍ଭ କାଲି। ମୁଁ ପ୍ରଥମ ଧାଡିରେ ବସିଥିଲି। କାରଣ ଚାଳକ ଦଳ ଘୋଷଣା କରିଥିଲେ ବୋର୍ଡିଙ୍ଗ ପୁରା ହୋଇଯାଇଛି। କ୍ୟାପଟେନଙ୍କ ପୋଷାକରେ ଜଣେ ଆସି କହିଲେ ଆପଣମାନେ ଏହି ଯାତ୍ରା ପାଇଁ ପ୍ରସ୍ତୁତ। ମୁଁ ତାଙ୍କୁ ଚିହ୍ନି ପାରିନଥିଲି କାରଣ ସେ ମାସ୍କ ପିନ୍ଧିଥିଲେ। କିନ୍ତୁ ତାଙ୍କ ଆବାଜ ଚିହ୍ନା ଚିହ୍ନା ଲାଗିଥିଲା। ମୁଁ ମନେ ମନେ ଭାବିଲି ଇଏ କିଏ। ଏହାପରେ କ୍ୟାପଟେନ ମୋ ଆଡକୁ ଦେଖି ହସି ଦେଲେ। ସେ ମୋତେ ପଚାରିଲେ ତାହେଲେ ଆପଣ ମୋତେ ଚିହ୍ନି ପାରିଲେନି। ତାପରେ ମୁଁ ଜାଣିପାରିଲି ଇଏ ଆଉ କେହି ନୁହଁ ମୋ ବନ୍ଧୁ, ସଂସଦର ବରିଷ୍ଠ ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମୋର ବହୁତ ଭଲ ବନ୍ଧୁ ରାଜୀବ ରୁଡି। ୨ ଘଣ୍ଟା ପୂର୍ବରୁ ସେ ଆଉ ମୁଁ କମିଟିରେ ଚର୍ଚ୍ଚା କରୁଥିଲୁ। ଆଉ ଏବେ ଜଣେ ରାଜନେତାରୁ ପାଇଲଟ ରୂପେ ତାଙ୍କୁ ଦେଖି ମୁଁ ବିଶ୍ୱାସ କରିପାରିଲିନି।'
wp:html/wp:htmlA Flight to remember.
— Dayanidhi Maran தயாநிதி மாறன் (@Dayanidhi_Maran) July 13, 2021
July 13, 2021
I boarded the Indigo flight 6E864 from Delhi to Chennai after attending a meeting of the parliamentary Estimates Committee. I happened to sit in the first row, as the crew declared that the boarding had completed.
1/7 pic.twitter.com/pwfsW39fDC
ଆଗକୁ ସେ ଲେଖିଛନ୍ତି, ମୋତେ ବହୁତ ଖୁସି ଲାଗୁଥିଲେ କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ରାଜୀବ ରୁଡି ପାଇଲଟ ହୋଇ ଆମକୁ ଦିଲ୍ଲୀରୁ ଚେନ୍ନାଇ ନେଇଯାଉଛନ୍ତି। ସେ ହସି ହସି କହିଲେ, ହଁ ମୁଁ ଦେଖିଛି, ଆପଣ ମୋତେ ଚିହ୍ନି ପାରିଲେନି। ମୁଁ ଅଧିକାଂଶ ସମୟରେ ଫ୍ଲାଇଟ ଚଳାଏ। ତେବେ ନିଜର ଜଣେ ଭଲ ବନ୍ଧୁ ଓ ସହଯୋଗୀଙ୍କ ଦ୍ୱାରା ସେହି ଫ୍ଲାଇଟରେ ଯାତ୍ରା କରି ମୁଁ ନିଜକୁ ସମ୍ମାନିତ ଅନୁଭବ କରିଥିଲି। ମୋ ପିତା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଥିବା ସମୟରେ ରୁଡି ରାଜ୍ୟ ମନ୍ତ୍ରୀ ଥିଲେ।'
ଦିଲ୍ଲୀରୁ ଚେନ୍ନାଇ ଯାଏଁ ସୁରକ୍ଷିତ ନେଇଯାଇଥିବାରୁ ନିଜ ଟ୍ୱିଟରେ ଶେଷରେ ରୁଡିଙ୍କୁ ଧନ୍ୟବାଦ ଜଣାଇଥିଲେ ମାରନ।