ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ରାଗିଂକୁ ନେଇ ସଚେତନ କଲେ ଜିଲ୍ଲାପାଳ

7/07/2022 at 11:10 PM

ବଲାଙ୍ଗୀର ୦୭/୦୭: ବଲାଙ୍ଗୀର ଭୀମଭୋଇ  ମେଡିକାଲ କଲେଜରେ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ପରେ ଏବେ ସଚେତନ ହୋଇଛି ବଲାଙ୍ଗୀର ପ୍ରଶାସନl ତେବେ ପ୍ରଥମେ ଭୀମଭୋଇ ମେଡିକାଲ କଲେଜରେ ଜିଲ୍ଲାପାଳ ଚଞ୍ଚଳ ରାଣା ଛାତ୍ରଛାତ୍ରୀଙ୍କୁ ରାଗିଂକୁ ନେଇ ସଚେତନ କରିଛନ୍ତି। ଏହା ସହିତ ସେ ରାଗିଂ ସମ୍ପର୍କିତ କଣ ଆଇନ ରହିଛି ଓ କିଭଳି ଦଣ୍ଡବିଧାନ ବ୍ୟବସ୍ଥାସେ ସବୁ ବୁଝାଇଥିଲେ। ଆଉ ଏବେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୭୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କରଛନ୍ତି ସଚେତନ କରିବା ସହିତ ଆଇନକୁ ନେଇ ସତର୍କ କରିଛନ୍ତିl

ଜିଲ୍ଲାପାଳଙ୍କ ଏଭଳି  ପଦକ୍ଷେପକୁସାଧାରଣରେ ବେଶ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ ଜିଲ୍ଲାପାଳ ଖପ୍ରାଖୋଲରେ ସ୍କୁଲରେ  ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଜିଲ୍ଲାପାଳ ଚର୍ଚ୍ଚାକୁ ଆସିଥିଲେl ଏବେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ମନୋବଳକୁ ବଢ଼ାଇବା ଓ ରାଗିଂକୁ ନେଇ ସଚେତନତା ସତର୍କତା ସୃଷ୍ଟି କରିବା ଭଳି ପଦକ୍ଷେପକୁ ଛାତ୍ରଛାତ୍ରୀମାନେ ପ୍ରଶଂସା କରିଛନ୍ତି।  

   Related Posts