ସମ୍ଭାବ୍ୟ ବନ୍ୟା ପାଇଁ ବାଲିଆପାଳର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ

Published By : Prameya-News7 Bureau | August 19, 2022 IST

ବାଲିଆପାଳ ୧୯/୦୮: ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଲଘୁଚାପ ଗଭୀର  ଅବପାତରେ ପରିଣତ ହୋଇଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୪ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି  କରାଯାଇଛି। ଉପରମୁଣ୍ଡରେ ବର୍ଷା ହେଲେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ହେବ ବୋଲି ଆଶଙ୍କା କରାଯାଇଛି। ଏସବୁ ପରିସ୍ଥିତି ଲକ୍ଷ ରଖି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିଂ  ବାଲିଆପାଳ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ଦେଖିବା ସହିତ ନଦୀ ବନ୍ଧଗୁଡିକ  ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ମଧ୍ୟ ବୁଲି ଦେଖିଛନ୍ତି। ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ବାଲିଆପାଳ ବିଡିଓ ଏବଂ ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ନଦୀପାଖ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ୨ ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। କେବଳ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.