ମୟୂରଭଞ୍ଜକୁ ଆଶ୍ୱସ୍ଥି: ଆସିନି ବନ୍ୟା; ସମ୍ଭାବ୍ୟ ବର୍ଷା ଓ ବନ୍ୟାସ୍ଥିତି ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ
19/08/2022 at 4:47 PM

ବାରିପଦା ୧୯/୦୮: ସାରା ରାଜ୍ୟରେ ବର୍ଷା ଓ ବନ୍ୟା ବିତ୍ପାତ ଲାଗି ରହିଛି। ଏଥିପାଇଁ ଶୁକ୍ରବାର ଓ ଶନିବାର ଉତ୍ତରଓଡିଶା ର ବିଭିନ୍ନ ଅଞ୍ଚଳ ରେଡ୍ ଆଲର୍ଟରେ ରହିଛି। ମୟୁରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବର୍ଷା ଓ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିନାହିଁ। ତଥାପି ଜିଲ୍ଲା ପ୍ରଶାସନ ସତର୍କତା ଦୃଷ୍ଟିରୁ ସମସ୍ତ ପ୍ରକାର ଆଗାମି ପ୍ରସ୍ତୁତି ସହିତ ସଜାଗ ହୋଇ ରହିଛି। ସବୁ ବ୍ଲକ ସହିତ ତୁରନ୍ତ ଯୋଗା।ଯୋଗ ପାଇଁ ଜିଲ୍ଲା ମୂଖ୍ୟାଳୟର ଜରୁରୀକାଳିନ ଯୋଗାଯୋଗ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବନ୍ୟା ଆଶ୍ରୟସ୍ଥଳୀ, ରିଲିଫ ସାମଗ୍ରୀ ସହିତ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ କୌଣସି ପରିସ୍ଥିତି ପାଇଁ ସଜାଗ ରହିଛନ୍ତି। ଏହା ସହିତ ଶିମିଳିପାଳରେ ଉପରମୁଣ୍ଡର ବର୍ଷା ଉପରେ ନଜର ରଖାଯିବା ସହିତ ନଦୀ ଓ ନଦୀବନ୍ଧଗୁଡ଼ିକର ଜଳସ୍ତରକୁ ବାରମ୍ବାର ଯାଞ୍ଚ କରାଯାଉଛି। ଅଚାନକ ବନ୍ୟା ଆଶଙ୍କା ରହିଥିବାରୁ ନଦୀ ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ କରିବା ସହିତ ଉଚ୍ଚ ଜାଗାକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଜିଲ୍ଲା ଜରୁରୀ କାଳିନ ଅଧିକାରୀ କହିଛନ୍ତି ।