ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଆଫଗାନିସ୍ତାନରେ ଶୁଟ୍ ହୋଇଥିବା ଶେଷ ହିନ୍ଦୀ ଫିଲ୍ମ ତୋରବାଜ, ଶୁଟିଂ ସମୟରେ ଘଟିଥିବା ଭୟାବହ ଦୃଶ୍ୟ ବଖାଣିଲେ ନିର୍ଦ୍ଦେଶକ ..

18/08/2021 at 8:49 PM

ନୂଆଦିଲ୍ଲୀ ୧୮/୦୮: ଆଫଗାନିସ୍ତାନକୁ କବଜା କରି ସାରିଛି ତାଲିବାନ । ବର୍ତ୍ତମାନ ଦୁନିଆର ସମସ୍ତ ଦେଶ ଆଫଗାନିସ୍ତାନର ପରିସ୍ଥିତି ଉପରେ ନଜର ରହିଛି। ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଆଫଗାନ ସେନାକୁ ମୁଣ୍ଡ ନୁଆଁବାକୁ ବାଧ୍ୟ କରିଛି। କେବେ କଳା ଓ ସିନେମା ପାଇଁ ସ୍ୱର୍ଗ କୁହାଯାଉଥିବା ଆଫଗାନିସ୍ତାନରେ ଏବେ ତାଲିବାନର ହୁକୁମତ୍ ଚାଲିଛି। ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଆଫଗାନିସ୍ତାନରେ ଏବେ ଭୟାବହ ପରିସ୍ଥିତି। ଯେଉଁଠି ସ୍ଥାନୀୟ ଲୋକ ସୁରକ୍ଷିତ ନାହାନ୍ତି, ସେଠି ଫିଲ୍ମ ଶୁଟିଂ ବିଷୟରେ ତ କେହି ଭାବି ପାରିବେ ନାହିଁ। ତେବେ ସେଠାରୁ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସବୁ ସାମ୍ନାକୁ ଆସିବାରେ ଲାଗିଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କିନ୍ତୁ ଏମିତି ବି ସମୟ ଥିଲା ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଚଳଚ୍ଚିତ୍ର ପାଇଁ ଆଫଗାନିସ୍ତାକୁ ଯାଇ ସୁଟିଂ କରିଥିଲେ । ଆଫଗାନିସ୍ତାନ ମାଟିରେ ଶୁଟିଂ ହୋଇଥିବା ପ୍ରଥମ ହିନ୍ଦୀ ଫିଲ୍ମ ହେଉଛି ଧର୍ମାତ୍ମା। ଏହାପରେ ଅନେକ ଫିଲ୍ମ ସେଠାରେ ଶୁଟିଂ କରାଯାଇଛି।  କିନ୍ତୁ ତାଲିବାନର ଆତଙ୍କ ଏବଂ ହୁକୁମତ୍ ଯୋଗୁ ଧୀରେ ଧୀରେ ଫିଲ୍ମ ମେକରମାନେ ସେଠାରେ ଶୁଟିଂ କରିବାକୁ ପସନ୍ଦ କରିନଥିଲେ। ତେବେ ଶେଷ ଫିଲ୍ମ, ଯାହାକି ଆଫଗାନିସ୍ତାନର କିଛି ଅଞ୍ଚଳରେ ଶୁଟ୍ ହୋଇଥିଲା, ତାହାର ନାଁ ଥିଲା ତୋରବାଜ୍। ଚାଇଲ୍ଡ ସୁଇସାଇଡ୍ ବମ୍ବର ଉପରେ ପର୍ଯ୍ୟବେସିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ଲିଡ୍ ରୋଲ୍‌ରେ ନିଆଯାଇଥିଲା ।

ତୋରବାଜ ୨୦୧୭ରେ ଆଫଗାନିସ୍ତାନରେ ଶୁଟ୍ ହୋଇଥିଲା ଏବଂ ଏହାକୁ ୨୦୧୯ରେ ରିଲିଜ୍ ହେବାର ଥିଲା । କିନ୍ତୁ କରୋନା ହେତୁ ଏହା ୨୦୨୦ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ଏଥିରେ ସଞ୍ଜୟ ଦତ୍ତଙ୍କ ସହ ନର୍ଗିସ୍ ଫକ୍ରି ମଧ୍ୟ ଥିଲେ। ଫିଲ୍ମକୁ ଗିରୀଶ ମଲିକ ନିର୍ଦ୍ଦେଶନା ଦେଇଥିଲେ। ଏନେଇ  ଗିରୀଶ ଆଫଗାନିସ୍ତାନର ଶୁଟିଂ ସମୟର ଅନୁଭବକୁ ସେୟାର କରି କହିଥିଲେ ଯେ ସେଠାରେ ଶୁଟ୍ କରିବା ବହୁତ ଭୟଙ୍କର ଥିଲା। କାହିଁକି ନା ସବୁଆଡ଼ୁ ସେନା, ଲୋକଙ୍କୁ ଭୟଭୀତ କରାଇବା ଏବଂ ପ୍ରତି ପାଦରେ ବୋମାର ଆତଙ୍କ ରହିଥିଲା। ଏଣୁ କିଛି ଶୁଟିଂ ପରେ କଳାକାରମାନଙ୍କ ସୁରକ୍ଷା ପାଇଁ କିର୍ଗିସ୍ତାନରେ ବାକିର ଶୁଟ୍ କରିବାକୁ ଉଚିତ୍ ଭାବିଥିଲେ ବୋଲି ସେ କହିଛନ୍ତି।

   Related Posts