ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଜଟିଳ ହେଉଛି ଦିନେଶ-ଦୀପିକା ବିବାଦ; ଅକ୍ଟୋବର ୧୩ରେ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଚିଠି ଲେଖିବେ ଦୀପିକା

7/10/2022 at 5:07 PM

ବ୍ରହ୍ମପୁର ୦୭/୧୦: ଦିନେଶ୍-ଦୀପିକା ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କେତେବେଳେ ଘରେ ପରିବାରବର୍ଗ ତ ଆଉ କେତେବେଳେ ଚାବି ପକେଇ ବାହାରେ। ଏସବୁ ଭିତରେ ଦୀପିକା ନ୍ଯାୟ ଦାବିରେ ଧାରଣା ଜାରି ରଖିଛନ୍ତି। ତାଙ୍କ ଧାରଣା ଏବେ ପହଞ୍ଚିଛି ୬୬ ଦିନରେ ପହଞ୍ଚିଛି। ତେବେ ଏପର୍ଯ୍ଯନ୍ତ ଦିନେଶଙ୍କ ଦେଖା ମିଳିନି। ଏହା ଭିତରେ ଦିନେଶଙ୍କ ମାଆ ଓ ଦୀପିକାଙ୍କ ମଧ୍ଯରେ ଦାଣ୍ଡ ଦୁଆରେ କଳି ଝଗଡ଼ା ଏହି ବିବାଦକୁ ଆହୁରି ଜଟିଳ କରିଦେଇଛି। ପୁଣି ଚର୍ଚ୍ଚାରେ ଧାରଣାରେ ବସିଥିବା ଦୀପିକା। କିଛି ଦିନ ପୂର୍ବରୁ ଶାଶୂଘର ଲୋକେ ଘର ଛାଡିଥିଲେ। ଗତକାଲି ଶାଶୂଘର ଲୋକେ ଘର ଭିତରକୁ ପ୍ରବେଶ କରିବା ବେଳେ ଦୀପିକାଙ୍କ ଧାରଣା ସ୍ଥଳର ପାଲ ଚିରି ଦେଇଥିଲେ ବୋଲି ଦୀପିକା ଅଭିଯୋଗ କରିଥିଲେ।

୬୬ ଦିନ ହେଲା ପ୍ରେମିକ କେ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର କେ ଦୀପିକା।  ଘର ଆଗରେ ଦୀପିକା ଟେଣ୍ଟ୍ ଲଗାଇ ବସିଥିବା ବେଳେ ଶାଶୁ ଘର ପରିବାରବର୍ଗ ଲୋକେ ଟେଣ୍ଟ୍ ଫୋଫାଡି ଚିରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ କରିଛନ୍ତି ଦୀପିକା। ଯେକୌଣସି ପରିସ୍ଥିତି ଉପୁଯିବ ସେଥିପାଇଁ ଦିନେଶଙ୍କ ପରିବାରବର୍ଗ ହିଁ ଦାୟି ରହିବେ ବୋଲି ଦୀପିକା କହିଛନ୍ତି। ନ୍ଯାୟ ନମିଳିଲେ ଶେଷରେ ଆସନ୍ତା ଅକ୍ଟୋବର ୧୩ରେ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବି ବୋଲି ଦୀପିକା କହିଛନ୍ତି।

ଅନ୍ଯପଟେ ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ ବୋଲି ଦିନେଶଙ୍କ ମାଆ କହିଛନ୍ତି। ଗତ ୨ ମାସ ହେଲା ଦୀପିକା ପରିବାରବର୍ଗଙ୍କୁ ନୟାନ୍ତ କରି ଦେଇଛି। ଆଉ ସମ୍ଭାଳି ପାରିବୁନି। ଘର ଛାଡ଼ି ପଳାଇବୁ। ଅଦାଲତ ଉପରେ ଭରସା ରହିଛି। ଯାହା ନିର୍ଦ୍ଦେଶ ଦେବେ ତାହା ମାନିବୁ ବୋଲି ଦିନେଶଙ୍କ ମାଆ କହିଛନ୍ତି। ଦିନେଶ ଏବେ ଭୁବନେଶ୍ବରର ଏକ କଲେଜରେ ଏମବିଏ ପଢୁଛନ୍ତି ବୋଲି  ତାଙ୍କ ମାଆ କହିଛନ୍ତି।

   Related Posts