ନୂଆଦିଲ୍ଲୀ: ବାଇଜୁ ରବିନ୍ଦ୍ରନଙ୍କୁ ସିଇଓ ପଦରୁ ହଟାଇବା ସପକ୍ଷରେ ବାଇଜୁସର ଶେୟାରଧାରକ । ଶୁକ୍ରବାର, ବାଇଜୁସର ପ୍ୟାରେଣ୍ଟ କମ୍ପାନି ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ ତରଫରୁ ହୋଇଥିବା ସାଧାରଣ ବୈଠକ (ଇଜିଏ)ରେ ଶେୟାରଧାରକମାନେ ଫାଉଣ୍ଡରଙ୍କୁ ହଟାଯିବା ସପକ୍ଷରେ ଭୋଟ୍ କରିଥିଲେ। ସୂଚନା ଅନୁଯାୟୀ, ଇଜିଏରେ ୬୦ ପ୍ରତିଶତ ଶେୟାରହୋଲ୍ଡର୍ସ ରବିନ୍ଦ୍ରନଙ୍କୁ ହଟାଯିବା ସପକ୍ଷରେ ଭୋଟ୍ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗୁରୁବାର ବାଇଜୁସର କିଛି ନିର୍ଦ୍ଧିଷ୍ଟ ନିବେଶକ ସିଇଓ ରବିନ୍ଦ୍ରନଙ୍କ ଉପରେ ଚାପ ପକାଇବା ଏବଂ ଖରାପ ପରିଚାଳନାର ଅଭିଯୋଗ ଆଣି ଏନସିଏଲଟିରେ ମକଦ୍ଦମା ଦାୟର କରିଛନ୍ତି । ଆଉ ଏହି କ୍ରମରେ ଶୁକ୍ରବାର ଇଜିଏମ ଡକାଯାଇଥିଲା। ତେବେ ଇଜିଏମରେ ନିଆଯାଇଥିବା ନିଷ୍ପତ୍ତିକୁ କମ୍ପାନି ମାନିବାକୁ ମନା କରିଦେଇଛି ଏବଂ ପ୍ରତିଷ୍ଠାତାଙ୍କ ଅନୁପସ୍ଥିତିରେ ହୋଇଥିବା ଭୋଟିଂ ଅମାନ୍ୟ ବୋଲି କୁହାଯାଇଛି । ସୂଚନାଥାଉକି, ବାଇଜୁସର ବୋର୍ଡରେ ବାଇଜୁ ରବିନ୍ଦ୍ରନ, ତାଙ୍କ ପତ୍ନୀ ଏବଂ କୋ-ଫାଉଣ୍ଡର ଦିବ୍ୟା ଗୋକୁଳନାଥ ଏବଂ ଭାଇ ରିଜୁ ରବିନ୍ଦ୍ରନ ଅଛନ୍ତି।
ଆହୁରି ପଢ଼ନ୍ତୁ: ବଢ଼ିଲା ବାଇଜୁସ୍ର ଅଡ଼ୁଆ, କମ୍ପାନି ବିରୋଧରେ NCLTରେ ମାମଲା ରୁଜୁ କଲେ ଚାରି ନିବେଶକ
ତେବେ ଏହି ଭୋଟିଂକୁ ଅନ୍ୟ କାରଣରୁ ମଧ୍ୟ ଅମାନ୍ୟ ବୋଲି କୁହାଯାଇଛି କାରଣ, ଇଜିଏମ ଡକାଯିବା ଏବଂ ସେଥିରେ ଜରୁରୀ ଫୋରମ ନଥିବା କାରଣରୁ ଏଜେଣ୍ଡା ଉପରେ ଚର୍ଚ୍ଚା କିମ୍ବା ଭୋଟିଂ ଆଗକୁ ବଢ଼ାଯାଇପାରିବନାହିଁ ବୋଲି କୁହାଯାଇଛି । ଏମିତିରେବି ଏହି ମାମଲାକୁ ନେଇ ନିବେଶକଙ୍କୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ କାରଣ, ଶେୟାରହୋଲ୍ଡର୍ସଙ୍କ ପଦକ୍ଷେପକୁ ଚାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟ ବାଇଜୁ ରବିନ୍ଦ୍ରନ କରିଥିବା ଯାଚିକା ମାର୍ଚ୍ଚ ୧୩ରେ ଶୁଣାଣି ହେବ। କୋର୍ଟ ମଧ୍ୟ ଶୁଣାଣି ନହେବା ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଲାଗୁ ହେବନି ବୋଲି କହିଥିଲେ।