ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ
4/05/2020 at 6:02 PM

ଅନୁଗୋଳ୪/୫: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ୫୦ ବର୍ଷୀୟା ଆଶାକର୍ମୀ ଅବନ୍ତୀ ପ୍ରଧାନ । ତାଙ୍କ ଘର କିଶୋରନଗର ଥାନା ଉରୁକୁଲା ଗ୍ରାମରେ । କରୋନା ସମ୍ବନ୍ଧରେ ସର୍ଭେ କରିବାକୁ ଯାଇଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । କରୋନା ଯୋଦ୍ଧାଙ୍କ ପରଲୋକ।
Related Posts
ଶନିବାରଠୁ ରାଜ୍ୟରେ ବଢିବ ତାତି, କମିବ ଶୀତ: ୧୧ ଯାଏଁ ରହିବ ଖରାର ପ୍ରକୋପ
4 February 2023
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023