ମାର୍ଚ୍ଚ ୩୧: କରୋନା କାରଣରୁ ଆଗକୁ ବଢିବ ଏହି ୫ ଜରୁରୀ କାମର ଶେଷ ତାରିଖ ?

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ମାର୍ଚ୍ଚ ୩୧ ଅନେକ ଆର୍ଥିକ କାମ ପୂରା କରିବାର ଶେଷ ତାରିଖ। ଏମିତିରେ ପ୍ରଶ୍ନ ଉଠୁଛି ଯେ, କଣ ସରକାର ଏହି ସବୁ କାମର ସମୟ ସୀମା ବଢାଇବେ। ଇନକମ ଟ୍ୟାକ୍ସ ଏମ୍ପ୍ଲୋଇଜ ଫେଡେରେସନ ଓ ଇନକମ ଟ୍ୟାକ୍ସ ଗେଜଟେଡ୍ ଆସୋସିଏସନ ସିବିଡିଟିର ଅଧ୍ୟକ୍ଷଙ୍କୁ ଆର୍ଥିକ ବର୍ଷର ମିଆଦ ବଢାଇ ଏପ୍ରିଲ ୩୦ କରିବାକୁ ଚିଠି ଲେଖିଛନ୍ତି। ଆସନ୍ତୁ ଜାଣିବା ସମୟ ସୀମା ବଢିବାର କେତେ ସମ୍ଭାବନା ରହିଛି ଓ କେଉଁ କାମର ଶେଷ ତାରିଖ ବଢାଇବାକୁ ଅପିଲ୍ କରାଯାଇଛି।

ବିଶ୍ଵାସ ସ୍କିମ

{"id":241453,"sizeSlug":"large"}

ଯେଉଁ କରଦାତା ନିଜର ଟ୍ୟାକ୍ସ ସମ୍ବନ୍ଧିତ କାମ ସାରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାଦରୁ ବିଶ୍ଵାସ ସ୍କିମ ଆଧାରରେ ଶେଷ ତାରିଖ ମାର୍ଚ୍ଚ ୩୧ ରହିଛି। ଏମାନଙ୍କର ଫର୍ମକୁ ମାର୍ଚ୍ଚ ୧୮ ପାଇଁ ସୂଚିତ କରାଯାଇଛି। ଏବେ ଚାର୍ଟାର୍ଡ ଆକାଉଣ୍ଟଟାଣ୍ଟ ତାରିଖ ବଢାଇବାକୁ ଅପିଲ କରୁଛନ୍ତି  ଏବଂ ଆଶା କରାଯାଉଛି ଯେ ଏହାର ମିଆଦ ବୃଦ୍ଧି ଘଟିବ।

ରିଭାଇଜ୍‌ଡ ରିଟର୍ଣ୍ଣ ଫାଇଲ

{"id":241456,"sizeSlug":"large"}

ଯଦି ଆପଣଙ୍କର ଆୟ କରରେ କିଛି ତ୍ରୁଟି ରହିଛି ତେବେ ରିଭାଇଜ୍‌ଡ ରିଟର୍ଣ୍ଣ ଫାଇଲିଂର ଶେଷ ତାରିଖ ମଧ୍ୟ ମାର୍ଚ୍ଚ ୩୧ ରହିଛି। ଯଦି ଏହାକୁ ଫାଇଲ କରାନଯାଏ ତେବେ ଆଗାମୀ ଆର୍ଥିକ ବର୍ଷର ଆୟକର ଦାଖଲ ବେଳେ ଅସୁବିଧା ହୋଇପାରେ। ଏଥିପାଇଁ ଏହାର ସମୟ ସୀମାକୁ ବଢାଇବାକୁ ଦାବି କରାଯାଉଛି।

ବିଲେଟେଡ୍ ରିଟର୍ଣ୍ଣ ଫାଇଲିଙ୍ଗ

{"id":241457,"sizeSlug":"large"}

ବିଳମ୍ବିତ କର ପୈଠର ଶେଷ ତାରିଖ ୨୦୧୯ ଡିସେମ୍ବର ୩୧ ଥିଲା, ମାତ୍ର ଏହାର ଶେଷ ତାରିଖ ୨୦୨୦ ମାର୍ଚ୍ଚ ୩୧କୁ ବଢାଯାଇଛି। ବିଳମ୍ବରେ କର ପୈଠ କାରଣରୁ ଏଥିରେ ଜୋରିମାନା ମଧ୍ୟ ଲାଗିପାରେ। ଏହାର ତାରିଖକୁ ମଧ୍ୟ ଆଗକୁ ବଢାଇବାକୁ ଦାବି କରାଯାଉଛି।

ପାନ୍-ଆଧାର ସଂଯୋଗ

{"id":241459,"sizeSlug":"large"}

ପାନ୍ ଓ ଆଧାରକୁ ଯଦି ଆପଣ ସଂଯୋଗ କରି ନାହାନ୍ତି ତେବେ ଏହାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧। ଏହି ସମୟ ମଧ୍ୟରେ ଏହାର ସଂଯୋଗ ନକଲେ ଆପଣଙ୍କୁ ପରବର୍ତ୍ତୀ ସମୟରେ ହଇରାଣ ହେବାକୁ ପଡିପାର। ଆପଣଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିପାରେ। ଏହାର ଶେଷ ତାରିଖ ଆଗକୁ ବଢାଇବା ନେଇ ମଧ୍ୟ ବିଚାର କରାଯାଉଛି। ପୂର୍ବରୁ ମଧ୍ୟ ସରକାର ଏହାର ଶେଷ ତାରିଖ ଅନେକ ଥର ବଢାଇ ସାରିଛନ୍ତି।

ପିଏମ ଆବାସ ଯୋଜନା

{"id":241460,"sizeSlug":"large"}

ପିଏମ ଆବାସ ଯୋଜନା ଆଧାରରେ କ୍ରେଡିଟ୍ ସବସିଡିର ଫାଇଦା କେବଳ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିବ। ମାତ୍ର ଆରବିଆଇ କରୋନାକୁ ଦୃଷ୍ଟିରେ ରଖି ଅତି ଜରୁରୀ କାମ ନହେଲେ ବ୍ୟାଙ୍କ ନଯିବାକୁ ପରାମର୍ଶ ଦେଇଛି। ଏମିତିରେ ଏହାର ଲାଭ ଉଠାଇବାକୁ ଆଶା ରଖିଥିବା ଲୋକଙ୍କୁ ମୁସ୍କିଲ ହୋଇପାରେ। ତେଣୁ ଏହାର ଅବଧି ବଢାଇବା ଉପରେ ମଧ୍ୟ ବିଚାର କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.