scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ

30/11/2023 at 10:05 PM

ବୌଦ୍ଧ: ଜଙ୍ଗଲରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ। ଗଳାକାଟି ହତ୍ୟା କରାଯାଇଥିବା ପୋଲିସର ସନ୍ଦେହ। ଘଟଣା ଘଟିଛି ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଡିଡିଙ୍ଗାପଦରରେ। ଏଠାରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେହ କରାଯାଉଛି ଯେ, ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି।

ସୂଚନା ଅନୁଯାୟୀ, ଆମ୍ବଝରୀ ପଞ୍ଚାୟତ ଅନ୍ତର୍ଗତ ଡିଡିଙ୍ଗାପଦର ଗ୍ରାମ୍ୟ ଜଙ୍ଗଲରେ ଜଣେ ଯୁବକଙ୍କ ଉଲଗ୍ନ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଯୁବକଙ୍କୁ ଗଳା କାଟି ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ଟ୍ରକ୍ ଧକ୍କାରେ ଯୁବକଙ୍କ ଜୀବନ, ବିଳମ୍ୱିତ ରାତିରେ ମାଡିଗଲା ଗାଡି

ଅନ୍ୟପଟେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନଥିବା ବେଳେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରି ଶବଟିକୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି ଆଦର୍ଶ ଥାନା ପୋଲିସ।

   Related Posts