ଏହି ତାରିଖରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ, ପ୍ରସ୍ତୁତି ଜୋରଦାର

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି। ନିର୍ବାଚନ ଆୟୋଗର ସୂତ୍ର ଅନୁଯାୟୀ, ସାଧାରଣ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗର ଅଧିକାରୀ ସଂପ୍ରତି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଯେବେ ଏହି ଗସ୍ତ ପୂରା ହେବ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ।

wp:heading {"level":4}

Also read- ଯାହାଙ୍କ ନିଜ ହୋସର ଠିକଣା ନାହିଁ, ସେ ୟୁପିର ପିଲାଙ୍କୁ କହୁଛନ୍ତି ନିଶାଡ଼ି; ରାହୁଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଶାଣ

/wp:heading

ନିର୍ବାଚନ  ପ୍ରସ୍ତୁତି କେମିତି ରହିଛି, ଏହାର ସମୀକ୍ଷା ପାଇଁ ନିର୍ବାଚନ ଆୟୋଗର ଅଧିକାରୀ ତାମିଲନାଡ଼ୁ ଗସ୍ତ କରିଛନ୍ତି। ନିକଟ ଦିନରେ ଆୟୋଗ ଓଡ଼ିଶା ଓ ବିହାର ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ପରି ରାଜ୍ୟ ଯିବାର ଆୟୋଗଙ୍କ କାର୍ଯ୍ୟକ୍ରମ ରହିଛି। ଏହିସବୁ ଗସ୍ତ ମାର୍ଚ୍ଚ ୧୩ରେ ସରିବ। ତେଣୁ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପରେ କେଉଁ ସମୟରେ ବି ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି।

ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ଦଳର ପ୍ରସ୍ତୁତି ପୂରା ହୋଇ ସାରିଛି। ବିଜେପି ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ପୁଣି ଥରେ କ୍ଷମତାସୀନ ହେବାକୁ ଅଣ୍ଟା ଭିଡ଼ିଛି। ଅନ୍ୟପଟେ କଂଗ୍ରେସ, ଆପ୍ ସମେତ ଅନେକ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଗଠନ କରି ନିଜର ରଣନୀତି ପ୍ରସ୍ତୁତ କରିବାରେ ଜୁଟିଛନ୍ତି।  ଏଥର ନିର୍ବାଚନ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ହେବାକୁ ଯାଉଛି। ଏଥିରେ ଆଞ୍ଚଳିକ ଦଳଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ପାରନ୍ତି।

ସୂଚନାଯୋଗ୍ୟ, ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିଶାଳ ବିଜୟ ହାସଲ କରିଥିଲା। ୨୦୧୯ ଏପ୍ରିଲ ୧୧ରୁ ମେ ୧୯ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଫଳାଫଳ ମେ ୨୩ ତାରିଖରେ ଘୋଷଣା ହୋଇଥିଲା। ନିର୍ବାଚନରେ ବିଜେପି ୩୦୩ ଆସନ ଜିତି ବଡ଼ ବିଜୟ ହାସଲ କରିଥିଲା। ପାର୍ଟିକୁ ମୋଟ୍ ୩୭.୩୬ ପ୍ରତିଶତ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ମାତ୍ର ୫୨ଟି ସିଟ୍ ଜିତି ପାରିଥିଲା। ପ୍ରାୟ ୯୧ କୋଟି ଭୋଟର ଭୋଟ୍ ଦେବାକୁ ଯୋଗ୍ୟ ଥିଲେ ହେଁ ମତଦାନ ହାର ୬୭  ପ୍ରତିଶତ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.