ସବୁ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ
8/05/2020 at 2:13 PM

କଟକ୮/୫: କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି। ତେଣୁ କଟକରେ ସବୁ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକ ସିଲ୍ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହା ସହ ପ୍ରତି ମଦ ଦୋକାନର ଷ୍ଟକ୍ କେତେ ଅଛି ତାହା ମଧ୍ୟ ରେକର୍ଡ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଅଧିକାଂଶ ମଦ ଦୋକାନ ଲକଡାଉନ୍ ସମୟରେ ବନ୍ଦ ଥିବା ସତ୍ତ୍ୱେ ଚୋରାରେ ଲକ୍ଷ ଲକ୍ଷ ଟଙ୍କାର ମଦ ବିକ୍ରି ହେଉଥିବା ଅଭିଯୋଗ ସାମ୍ନାକୁ ମଧ୍ୟ ଆସିଛି। ଅଭିଯୋଗ ହୋଇଥିଲା।